Homelocalଅଧା ଓଡ଼ିଶାରେ ‘ଅର୍ଣ୍ଣବ’ର ପ୍ରଭାବ! ୨୮ରେ ଅତିଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ୍ ଓ...

ଅଧା ଓଡ଼ିଶାରେ ‘ଅର୍ଣ୍ଣବ’ର ପ୍ରଭାବ! ୨୮ରେ ଅତିଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ୍ ଓ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର, (୨୭/୧୦) : ଆପ୍ର : ଓଡ଼ିଶାରେ ଲ୍ୟାଣ୍ଡଫଲ୍ ନୁହେଁ, ହେଲେ ପ୍ରବଳ ବର୍ଷା ଆଶଙ୍କା । ଅଧା ଓଡ଼ିଶାରେ ପଡିବ ଅର୍ଣ୍ଣବର ପ୍ରଭାବ ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି, କାଲି, ୨୮ ଏବଂ ୨୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପୁରା ରାଜ୍ୟରେ ବର୍ଷା ହୋଇପାରେ । ଅତିଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ସେହିପରି ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୯ ତାରିଖରେ ୩ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟା ପାଇଁ ଓଡ଼ିଶାର ୬ ଜିଲ୍ଲାରେ ବଢ଼ିଲା ସତର୍କତା! । ଛଅଟି ଦକ୍ଷିଣ ଜିଲ୍ଲାରେ NDRF, ODRAF, ଅଗ୍ନିଶମ ଓ ପୋଲିସ ବାହିନୀକୁ ସଜାଗ ରଖାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments