Homecrimeସୁନା ଦୋକାନରୁ କୋଟିଏ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟ୍

ସୁନା ଦୋକାନରୁ କୋଟିଏ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟ୍

ବାଣପୁର, (୨୯/୧୦) : ଆପ୍ର : ବାଣପୁରରେ ବଡ଼ଧରଣର ଚୋରି । ଜୁଏଲର୍ସ ଦୋକାନରୁ ପ୍ରାୟକୋଟିଏ ଟଙ୍କାର ସୁନା, ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟ ନେଇ ଅଭିଯୋଗ ହୋଇଛି ।

ବାଣପୁର ଧର୍ମଶାଳା ରୋଡରେ ଥିବା ନିରଞ୍ଜନ ଜୁଏଲର୍ସ ଦୋକାନର ପଛପଟ କାନ୍ଥ କାଟି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୋକାନ ପଛପଟେ ଥିବା ଏକ ଛତୁଆ ଗୋଦାମ କବାଟ ତାଲା ଭାଙ୍ଗି, ପରେ ସୁନା ଦୋକାନ ପଛପଟ କାନ୍ଥ କାଟି ଚୋରି ହୋଇଛି । ଗୋଦାମରେ ଲାଗିଥିବା ସିସିଟିଭି ତାରକୁ କାଟି ସୁନା ଦୋକାନର ହାର୍ଡ ଡିସ୍କ ନେଇଯିଛନ୍ତି ଦୁର୍ବୃତ୍ତ । ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ଦୋକାନରୁ ପ୍ରାୟ ୪୦୦ ଗ୍ରାମ ସୁନା ଅଳଙ୍କାର, ୧୩ କିଲୋଗ୍ରାମରୁ ଅଧିକ ରୁପା ଅଳଙ୍କାର ଏବଂ ନଗଦ ୫ ଲକ୍ଷ ଟଙ୍କା ଚୋରି ହୋଇଛି । ବାଣପୁର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments