ସୁନ୍ଦରଗଡ// ବଣାଇ, (୦୨/୦୭) : ଆପ୍ର : ଲଭ୍ ସେକ୍ସ ଧୋକା । ପୋଷ୍ଟମ୍ୟାନ ବାବୁଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବନ୍ଧୁକ ଦେଖାଇ ବାବୁ ରଖୁଥିଲେ ଶାରୀରିକ ସମ୍ପର୍କ ।
ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରୁ ଆସିଛି ଲଭ୍ ସେକ୍ସ ଧୋକାର ସାଂଘାତିକ ଅଭିଯୋଗ । ପୋଷ୍ଟ ମ୍ୟାନ ବାବୁ ଜଣେ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି ଜଣେ ବିବାହିତ ମହିଳା । ପୋଷ୍ଟ ମ୍ୟାନ ବାବୁ ରମାକାନ୍ତ ନାୟକଙ୍କ ସହ ରାଉରକେଲାର ଏକ ଡାକ କାର୍ଯ୍ୟାଳୟରେ ଜଣେ ବିବାହିତ ମହିଳାଙ୍କ ସହ ଦେଖା ହୋଇଥିଲା । ପରେ ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ।
ପରେ ଯୁବକ ଜଣକ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଓ ବନ୍ଧୁକ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଟେନସା ଡାକଘରର ପୋଷ୍ଟ ମ୍ୟାନ ଦୁଇ ମାସ ପୂର୍ବେ ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଖାଇ କୋଇଡା ଅଞ୍ଚଳକୁ ଡାକିଥିଲେ । ସେଠାରେ ଏକ ଭଡ଼ା ଘରେ ଉଭୟ ଦୁଇ ମାସ ଏକାଠି ରହିବା ପରେ ରମାକାନ୍ତଙ୍କ ପ୍ରଥମ ସ୍ତ୍ରୀ ସହିତ ଛାଡ଼ପତ୍ର ହୋଇ ନଥିବା ମହିଳା ଜଣକ ଜାଣିବା ପରେ ପ୍ରତିବାଦ କରିଥିଲେ ।
ପୂର୍ବରୁ ପ୍ରଥମ ସ୍ତ୍ରୀ ସହିତ ଛାଡ଼ପତ୍ର ସରିଥିବ ସମ୍ପୃକ୍ତ ଯୁବକ ମହିଳାଙ୍କୁ କହିଥିବା ସହ ଏକ ଫେକ୍ ସାର୍ତିପିକେଟ୍ ଦେଖାଇଥିଲେ । ମହିଳା ଜଣକ ଯୁବକଙ୍କ ପ୍ରଥମ ସ୍ତ୍ରୀ ଥିବା ଓ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପରେ ସେ ତୀବ୍ର ପ୍ରତିବାଦ କରିଥିଲେ । ଫଳରେ ଭଡ଼ା ଘରେ ବନ୍ଧୁକ ଓ ମହିଳାଙ୍କୁ ଛାଡ଼ି ଯୁବକ ରମାକାନ୍ତ ନାୟକ ଗୋଟିଏ ସପ୍ତାହ ହେଲା ଫେରାର ହୋଇ ଯାଇଥିବା ମହିଳା ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ ସେ ନିଜେ ପୂର୍ବରୁ ରାଉରକେଲା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଓ ସ୍ୱାମୀ ଅଛନ୍ତି । ଏନେଇ ମହିଳା ଜଣକ ଟେନସା ଫାଣ୍ଡି ଓ ଲହୁଣୀପଡ଼ା ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ପରେ ପୋଲିସ ବନ୍ଧୁକ ସହ ଅଭିଯୁକ୍ତକୁ ଗିରଫ କରିଛି ।

