Homebreaking newsଷ୍ଟ୍ରିଟ୍ ଲାଇଟ୍ ନାଁ'ରେ ୭.୨୪ ଲକ୍ଷ ହଡ଼ପ! ଭିଜିଲାନ୍ସ ଜାଲରେ ତିନି ଗିରଫ

ଷ୍ଟ୍ରିଟ୍ ଲାଇଟ୍ ନାଁ’ରେ ୭.୨୪ ଲକ୍ଷ ହଡ଼ପ! ଭିଜିଲାନ୍ସ ଜାଲରେ ତିନି ଗିରଫ

ପୁରୁଷୋତ୍ତମପୁର, (୨୨/୧୧) : ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ପାଣ୍ଠି ହେରଫେର ଏବଂ ଆତ୍ମସାତ୍ ଅଭିଯୋଗରେ ଆକ୍ସନ ମୋଡ୍‌ରେ ଓଡ଼ିଶା ଭିଜିଲାନ୍ସ ।WhatsApp Image 2026 11 22 at 18.05.54

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବାଲ୍ୟସରା ଗ୍ରାମ ପଞ୍ଚାୟତରେ ହୋଇଥିବା ଏହି ଦୁର୍ନୀତି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ମୋଟ ୭ ଲକ୍ଷ ୨୪ ହଜାର ୯୫୯ ଟଙ୍କାର ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏହି ଗ୍ରାମ ପଞ୍ଚାୟତର ୫ଟି ଗାଁରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ପାଇଁ ଆବଣ୍ଟିତ ସରକାରୀ ପାଣ୍ଠିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହାକୁ ନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା ।WhatsApp Image 2026 11 22 at 18.05.54 1

ତଦନ୍ତରୁ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ସଂସ୍ଥାପନ କିମ୍ବା ରକ୍ଷଣାବେକ୍ଷଣ ସମ୍ପର୍କିତ କୌଣସି କାର୍ଯ୍ୟ ନକରି ମଧ୍ୟ ଆର୍ଥିକ ଅନିୟମିତତା ଜରିଆରେ ସରକାରୀ ପାଣ୍ଠି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ମାମଲାରେ ଘରୋଇ ଠିକାଦାର ଜେ. ରାମ ରାଓ, କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଗଣ୍ଡାୟତ ଏବଂ ଠିକାଦାର କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ସରକାରୀ ଯୋଜନାରେ ଜନସାଧାରଣଙ୍କ ସୁବିଧା ପାଇଁ ଆସୁଥିବା ଅର୍ଥରେ ଏଭଳି ହେରଫେର ଅଭିଯୋଗ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମାମଲାରେ ଭିଜିଲାନ୍ସ ତଦନ୍ତ ଆଗକୁ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments