ପଟ୍ଟାମୁଣ୍ଡାଇରୁ ଡାକିନେଇ ରାଜନଗରରେ ହତ୍ୟା, ରାସ୍ତା କଡ଼ରେ ରକ୍ତାକ୍ତ ଅବସ୍ଥାରେ ମିଳିଲେ ଯୁବକ

Date:

Share post:

କେନ୍ଦ୍ରାପଡ଼ା, (୧୧/୦୬) : ଆପ୍ର : ଘରୁ ଡାକିନେଇ ହତ୍ୟା । ପଟ୍ଟାମୁଣ୍ଡାଇରୁ ଡାକିନେଇ ରାଜନଗରରେ ହତ୍ୟା କଲେ ଦୁର୍ବୃତ୍ତ ।

ମୃତକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା କଜଳବନ୍ଧ ଗାଁ’ର କୈଳାସ ମଲ୍ଲିକ । ଗତକାଲି ସନ୍ଧ୍ୟାରେ ସାଙ୍ଗମାନେ କୈଳାଶକୁ ଡାକି ନେଇ ଗାଁ’ରୁ ପ୍ରାୟ ଅଧ କିଲୋମିଟର ଦୂର ରାଜନଗର ଥାନା ଅଂଚଳଙ୍କୁ ଯାଇଥିଲେ । ସେଠାରେ ପାଟିତୁଣ୍ଡ ପରେ କୈଳାଶଙ୍କ ପେଟରେ ଛୁରୀ ଭୁସି ଦେଇଥିଲେ, ରକ୍ତ ଜୁଡୁବୁଡୁ ସହ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିଲେ କୈଳାଶ । ବାଟରେ ଯାଉଥିବା ଦୁଇଜଣ ଯୁବକ ଏହା ଦେଖି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । କୈଳାଶଙ୍କ ଗୁରୁତର ଅଵସ୍ଥା ଦେଖି ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଆମ୍ଵୁଲାନ୍ସରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...