Homelocalଗଜବନ୍ଧ ଗ୍ରାମର ଦୁଇ ଭାଇଙ୍କ ଅସ୍ବାଭାବିକ ମୃତ୍ୟୁ : ଅପମିଶ୍ରିତ ପାନୀୟ ଯୋଗୁଁ ହୋଇଥିବା ସନ୍ଦେହ

ଗଜବନ୍ଧ ଗ୍ରାମର ଦୁଇ ଭାଇଙ୍କ ଅସ୍ବାଭାବିକ ମୃତ୍ୟୁ : ଅପମିଶ୍ରିତ ପାନୀୟ ଯୋଗୁଁ ହୋଇଥିବା ସନ୍ଦେହ

ସୁବର୍ଣ୍ଣପୁର, (୧୬/୦୭) : ଆପ୍ର :ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।

କୌଣସି ଅପମିଶ୍ରିତ ପାନୀୟ ଯୋଗୁଁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଇଛି । ରାମପୁର ପୁଲିସ ମୃତ‌କଙ୍କ ଘରକୁ ଯାଇ ତଦନ୍ତ କରିବା ସହ ବିସଲେରୀ ପାଣି ବୋତଲରେ କିଛି ଅପମିଶ୍ରିତ ପାନୀୟକୁ ଜବତ କରିଥିବା ଜଣାଯାଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଲେ ଆଇଆଇସି ବିନୋଦିଜୀ ବରିହାଙ୍କ ବ୍ୟବଧାନରେ ଏଏସଆଇ ଜି. ଇରାସାଗର ଓ ଏନ.ସ ବାରିକ ତ‌ଦନ୍ତ ଦାୟିତ୍ବ ନେଇଥିବା ପ୍ରକାଶ । ପ୍ରାପ୍ତ ସୂଚନାରୁ ପ୍ରକାଶ ଗଜବନ୍ଧ ଗ୍ରାମର ଏକ ପରିବାରର ବଡ ଭାଇଙ୍କ ଝିଅର ଭାତଖୁଆଣି ଥିବା ଯୋଗୁଁ ଉତ୍ସବ ମନାଇଥିଲେ । ଭକ୍ତ ପରିବାର ୩ ଭାଇଙ୍କ ମଧ୍ୟରୁ ଗୋଡ଼ଭଗା ସମବାୟ ବ୍ୟାଙ୍କରେ ସିକ୍ୟୁରିଟୀ ଗାର୍ଡ଼ ଥିବା ସାନ ଲାଇ ସନ୍ତୋଷ ରାଜହଂସ(୫୦) ଓ ଟେକରାଳ ରାଜହଂସ(୫୨)ଙ୍କ ହଠାଟି ଛାଡି ଜଳିଯାଉଛି ବୋଲି ଚିତ୍କାର କରିବାରୁ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ ।

ଜାଲର ସନ୍ତୋଷ ରାଜହଂସଙ୍କୁ ରିସିଭ ମୂଳ ଘୋଷଣା କରିଥିବା ବେଲେ ଚେଜରାଜ ରାଜହଂସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯିବା ବାଟରେ ବରପାଲି ଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଡୁଙ୍ଗୁରିପାଲି ଡାକ୍ତରଖାନକୁ ପରିବାର ଲୋକେ ଆସିବା ବେଲେ ହାଚରେ ଏକ ବିସଲେରୀ ପାଣି ବୋଡ଼ଲରେ କିଛି ଧଳା ପାନୀୟ ଥିବା ଓ ଏହା ଉତ୍କଟ ବାସ୍ନା ହେଉଥିବା ଡାକ୍ତରଖାନା ଷ୍ଟାଫଙ୍କ ଠାରୁ ପ୍ରକାଶ । ରାମପୁର ପୁଲିସ ସନ୍ତୋଷର ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ଖେଦାପାଲି ପଠାଇଥିବା ବେଲେ ତେଜରାଜର ମୃତ ଶରୀରକୁ ବିନିକା ପାଠାଇଥିବା ପ୍ରକାଶ । କେଉଁ କାରଣରୁ ଦୁଇ ଭାଇଙ୍କ ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଆଇଆଇସି ବିନୋବିନୀ ବେହେରା କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments