Homelocalଚାଷୀଙ୍କ ଦକ୍ଷତା ବିକାଶ ସହ ବିହନ ବିତରଣ କଲା ଇକାର୍ଡା

ଚାଷୀଙ୍କ ଦକ୍ଷତା ବିକାଶ ସହ ବିହନ ବିତରଣ କଲା ଇକାର୍ଡା

ଗୁଣପୁର, (୯/୮) : ଆପ୍ର : ଆନ୍ତର୍ଜାତିକ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା) ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ଅଣ୍ଡ୍ରୁଗୁଡା ଗ୍ରାମରେ ବର୍ଷା ଦିନିଆ ହରଡ ଚାଷ ପାଇଁ ହରଡ ବିହନ ବିତରଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଇକାର୍ଡା ର ଜିଲ୍ଲା ସଂଯୋଜକ ଓ ଵ୍ଲକ ସଂଯୋଜକ ଗତିକ୍ରିଷ୍ଣା ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ ର କୃଷି ଅଧିକାରୀ ଓ ଗ୍ରାମ୍ୟ କୃଷି କର୍ମଚାରୀ ଜାହ୍ନବୀ ଶବର ଓ ବିଭୁ ପ୍ରସାଦ ବେହେରା ଯୋଗଦେଇ କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରିଥିଲେ । ଅଧିକ ଅମଳ ପାଇବାପାଇଁ ଉନ୍ନତ ବିହନର ଉପଯୋଗୀତା , ଧାଡ଼ିରେ ଶୁଣିବା , ବିହନ ବିଶୋଧନ , ସାର ପ୍ରୟୋଗ , କୀଟନାଶକ ଔଷଧ ଓ ଘାସମରା ଔଷଧ ବ୍ୟବହାର ଆଦି ବିଷୟରେ ବିଶଦ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଉଣ୍ଡ୍ରୁଗୁଡା ଗ୍ରାମର ପ୍ରାୟ ୩୯ ଜଣ କୃଷକଙ୍କୁ ଉନ୍ନତ କିସମର ହରଡ ବିହନ ପ୍ରଦାନ କରାଯାଇଥିଲା ।

ଉପସ୍ଥିତ କୃଷକ ମାନେ ଚକ ଭିତ୍ତିରେ ହରଡ ଚାଷ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ବିଶୋଧନ ପାଇଁ ଔଷଧ , ଜୀବାଣୁ ସାର , ଅଣୁସାର , ଘାସମରା ଔଷଧ ଓ ଜୀବନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ଇକାର୍ଡା ର କ୍ଷେତ୍ର ପ୍ରତିନିଧି ଭଗବାନ ଗୌଡ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାହ୍ନବୀ ଶବର , ବିଭୁ ପ୍ରସାଦ ବେହେରା, ସୋମନାଥ ମହାନ୍ତି ଓ ଦୀନବନ୍ଧୁ ଶବର ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments