Homelocalରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ

ରାଇକିଆ, (୦୩/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରାଇକିଆ ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏ ଏସ ଆଇ ତପନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ରାଇକିଆ ଥାନା ଅଧିକାରୀ ଏହି ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ସଂପର୍କରେ କହିବା ସହ ଛାତ୍ରଜୀବନରେ ଖରାପ ସାଙ୍ଗ, ପ୍ରଲୋଭନ କିମ୍ବା ନିଆଯାଇଥିବା ଏକ ଭୁଲ ପଦକ୍ଷେପ ସେମାନଙ୍କ ସମ୍ପୂର୍ଣ ଜୀବନକୁ ବିପଦ କରିପାରେ ।

ତେଣୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଓ ସମସ୍ତ ପ୍ରକାରର ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଉପସ୍ଥିତ ଥିବା କଲେଜ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ଏହି ନିଶାମୁକ୍ତ ସମାଜ ଗଠନ, ଆଇନଗତ ସଚେତନତା ଏବଂ ଯୁବପିଢ଼ିର ଦାୟିତ୍ଵ ସମ୍ପର୍କରେ ମଧ୍ୟ ଆଲୋଚନା କରଯାଇଥିଲା । ଉପସ୍ଥିତ ଛାତ୍ରୀଛାତ୍ର ନିଶାଦ୍ରବ୍ୟଠାରୁ ସର୍ବଦା ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଶପଥ ଗ୍ରହଣ କରିଥିଲେ । ଓ ବହୁ ସୁନ୍ଦର୍ ଭାବେ ସବୁ କିଛି କାର୍ଯ୍ୟ ସରିଥିଲା । ଓ ରାଇକିଆ ଥାନା ଅନ୍ୟ କର୍ମ ଚାରି ମାନେ ମଧ୍ୟ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments