ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପିଏ କହି ଠକେଇ, ଜଣେ ଗିରଫ

Date:

Share post:

ବ୍ରହ୍ମପୁର, (୨୧/୦୬) : ଆପ୍ର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଜଣେ ଯୁବକଙ୍କୁ ଟାଉନ୍ ଥାନା ପୋଲିସ୍ ଗିରଫ କରିଛି ।

ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ମହାନ୍ତି ସାହିର ଜଗନ୍ନାଥ ମଣ୍ଡଳ (୨୮)। ସେହିପରି ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ମଣ୍ଡଳ ନାଁରେ ବଡ଼ବଜାର ଥାନା କେସ୍ ନଂ ୪୨୯/୨୪ ରେ ଗିରଫ ହୋଇ ଜେଲ ଯାଇଥିଲେ । ସୁରଟ ଓ ବ୍ରହ୍ମପୁରରେ ରହି ରାଜନୈତିକ ନେତାଙ୍କ ପିଏ ସାଜି କର୍ମୀଙ୍କୁ ଠକୁଥିଲେ ବୋଲି ଅଭିଯୋଗ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ଵ୍ରହ୍ମପୁର ଏସପି ଡା.ସର୍ଵଣା ବିବେକ ଏମ. ଏକ ପ୍ରେସନୋଟ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ଅଭିଯୋଗକାରୀଙ୍କ ଦେଇଥିବା ମୋବାଇଲ ସ୍କ୍ରିନସଟ୍ ଓ ଗୋଟିଏ ସାମସଙ୍ଗ୍ ମୋବାଇଲ୍ ଫୋନ୍ ପୋଲିସ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି । କେସ୍ ନଂ ୨୭୯/ ୨୬ ରେ ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, ଏପ୍ରିଲ୍ ୧ ତାରିଖ ରାତିରେ ରାଜେଶ କୁମାର ପାତ୍ର (୩୩)ଙ୍କ ହ୍ୱାଟ୍ସଆପ୍ ରେ କଲ୍ କରି ନୀତିନ ନବୀନ ବିଜେପି ସଭାପତିଙ୍କ ପିଏ ବୋଲି କହି, ଦଳୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନ ଦେଲେ ବିଧାୟକଙ୍କ ନିକଟରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । ସେହିପରି ଚିକିଟି ବିଧାୟକ ଙ୍କ ସହାୟକ ଗଣେଶ ନାୟକ (୨୩) ଙ୍କୁ ମଧ୍ୟ ସେହି ନମ୍ବରରେ କଲ୍ କରି ଅଭିଯୁକ୍ତ ୫୦ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...