Homelocalଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ୍ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ

ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ୍ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (୨୭/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ଚଳିତ ବର୍ଷ ନୂଆଖାଇ ଭେଟଘାଟ୍ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁଙ୍କ ସଭାପତିତ୍ୱରେ ହୋଇଥିଲା । ଆସନ୍ତା ସେପ୍ଟେମ୍ୱର ୧୭ ତାରିଖ ସନ୍ଧ୍ୟା ୬ ଘଟିକାରେ ବଡ଼ ଧୂମଧାମ୍‌ରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକକୁ ସାଙ୍ଗଠନିକ ସମ୍ପାଦକ ଲୋଚନ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ ସହ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ “ଉନ୍ଦେର୍” ନାମକ ଏକ ପତ୍ରିକା ମଧ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହେବ ବୋଲି ଜଣାପଡିଛି । ସାଂସ୍କୃତିକ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ୱର୍ ଭୋଇ ଓ ସଙ୍ଗୀତା ରାଉତ୍, ତୋଷରା ସାନବଡ଼ ଘୁଡ଼କା, ଲୋଇସିଂହା ଶଙ୍କର ବେହେରା ଡ୍ୟାନ୍ସ ଗ୍ରୁପ୍ ସହ ଅନ୍ୟ ସାଂସ୍କୃତିକ ଦଳ ଗୁଡିକ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ କମ୍ପି ଉଠିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments