Homefestivalମୁରିବାହାଲରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଶୀତଳ ଷଷ୍ଠୀ ମହୋତ୍ସବ ଧୂମଧାମ ରେ ପାଳିତ

ମୁରିବାହାଲରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଶୀତଳ ଷଷ୍ଠୀ ମହୋତ୍ସବ ଧୂମଧାମ ରେ ପାଳିତ

ମୁରିବାହାଲ, (୧୯/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ରାଧାକୃଷ୍ଣ ଓ ଶିବ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶୀତଳ ଷଷ୍ଠୀ ମହୋତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧୂମଧାମ ରେ ପାଳିତ ହୋଇଯାଇଛି ।

ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ମନ୍ଦିର ପରିସରେ ଭକ୍ତମାନଙ୍କ ଗହଳିରେ ଉତ୍ସବମୁଖର ହୋଇଥିଲା । ଏହି ପବିତ୍ର ଅବସରରେ କନ୍ୟା ପିତାମାତା ଭାବେ ଭବାନୀ ଶଙ୍କର ଶର୍ମା ଓ ତାଙ୍କ ସହଧର୍ମିଣୀ ପୂଜା ଶର୍ମା ଦାୟିତ୍ୱ ନିର୍ବାହ କରିଥିବାବେଳେ ବର ପିତାମାତା ଭାବେ ତରୁଣ ପୋଢ଼ ଓ ତାଙ୍କ ସହଧର୍ମିଣୀ ତପସ୍ୱିନୀ ପୋଢ଼ ଧାର୍ମିକ ପରମ୍ପରା ଅନୁଯାୟୀ ସମସ୍ତ ବିଧିବିଧାନ ସମ୍ପନ୍ନ କରିଥିଲେ ।

ମହୋତ୍ସବର ପୂଜକ କାଶୀନାଥ ଦାସ ଓ ମୁକେଶ ବ୍ୟାସ ବୈଦିକ ମନ୍ତ୍ରୋଚ୍ଚାରଣ ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ମୁରିବାହଲ ରାଧା କ୍ରିଷ୍ଣ ମହିଳା କୀର୍ତ୍ତନ ଦଳ ଦ୍ବାରା ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ । ଏହି ମହୋତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଧାୟକ ଲକ୍ଷ୍ମଣ ବାଗ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣାଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ ।

ରାଧାକୃଷ୍ଣ ଓ ଶିବ ମନ୍ଦିର କମିଟିର ସଭାପତି ରାଜୀବ କୁମାର ମହାନ୍ତି, ସମ୍ପାଦକ ସୁଧୀର କୁମାର ପାଣି, କୋଷାଧ୍ୟକ୍ଷ କୃତିବାସ ଦାସ, ଚିନ୍ତାମଣି ମହାରଣା, ଭୀଷ୍ମରାଜ ମେହେର, ନିରଞ୍ଜନ ସାହୁ, ସୁଦର୍ଶନ ଖର୍ସେଲ, ମଧୁ ନାଗ, ବିଦ୍ୟା ଭୋଇ, ବୃନ୍ଦାବନ ବନଛୋର,ପ୍ରବୀର କମ୍ପ ସୁଧାଂଶୁ ପୋଡ ଯାଦବ ,ବିଜୟ ଲାଲ ଦୀପ , ହୃଦା ସାହୁ, ସୁଦର୍ଶନ ଖର୍ଶେଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଧାର୍ମିକ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments