ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା, ତଦନ୍ତ କରୁଛି ପୋଲିସ

Date:

Share post:

କରଞ୍ଜିଆ, (୨୮/୦୬) : ଆପ୍ର : ମାଆ ଓ ଝିଅଙ୍କୁ ବୀଭତ୍ସ ହତ୍ୟା । ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ ।

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିର ଚୈତ୍ଯନ ଟୁଡୁ ଗତକାଲି ଦିନ ୧୦ଟାରେ ବାହାରକୁ ଯାଇଥିଲେ । ଦିନ ୨ଟାରେ ଘରକୁ ଫେରିବାରୁ ଘରର କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ବଡ଼ ପାଟିରେ ଡାକିଥିଲେ ମଧ୍ଯ ଘର ଭିତରୁ କେହି ଶୁଣିନଥିଲେ। ଶୋଇବା ଘର ଭିତର ପଟୁ ବନ୍ଦ ଥିଲା । ସିଡି ଲଗାଇ ସ୍କାଇଲାଇଟ ପଟେ ଦେଖିଥିଲେ ତାଙ୍କ ପତ୍ନୀ ସୀତାମଣି ଟୁଡୁ ଏବଂ ୮ ବର୍ଷର ଝିଅ ଜବାମଣି ଟୁଡୁ ତଳେ ପଡିଥିଲେ ।

କବାଟ ଖୋଲି ଦେଖନ୍ତିତ ଝିଅର ବେକ ଧାରୁଆ ଅସ୍ତ୍ରରେ କଟାଯାଇଛି ଏବଂ ପତ୍ନୀ ସୀତାର ମଧ୍ଯ ମୃତ୍ୟୁ ହୋଇଛି । ଝିଅ ଜଵାମଣୀ ଟୁଡୁ ପାରାଦୀପରେ ଆଶ୍ରମ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲା । ଖବର ପାଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ, ଏଏସଆଇଙ୍କ ସହ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଆଜି ସାଇଣ୍ଟିଫିକ ଟିମ ଆସିଲା ପରେ ମୃତଦେହ ବ୍ୟବଛେଦ ପାଇଁ ପଠାଯିବ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...