Homeaccidentହାଇୱା ଧକ୍କାରେ ଚାଲିଗଲା ରାଜସ୍ୱ ନିରୀକ୍ଷକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ହାଇୱା ଧକ୍କାରେ ଚାଲିଗଲା ରାଜସ୍ୱ ନିରୀକ୍ଷକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ଯାଜପୁର, (୧୨/୦୭) : ଆପ୍ର : ହାଇୱା ଧକ୍କାରେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ – ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ ଆରୁହା ଛକ ନିକଟରେ ।

ମୃତକ ହେଉଛନ୍ତି ସ୍ଥାନୀୟ ଆରୁହା ଗାଁ’ର ଶଶୀକାନ୍ତ ବଳ । ସେ ସୁକିନ୍ଦା ତହସିଲରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ । ତେବେ ଆଜି ଅପରାହ୍ନରେ ସେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଆରୁହା ନିକଟରେ ଏକ ହାଇୱା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments