ଭୁବନେଶ୍ୱର, (୦୮/୦୮) : ଆପ୍ର : ରାଜ୍ୟର ସମସ୍ତ ନଦୀରେ ଜଳପତନ ବର୍ତ୍ତମାନ ବିପଦ ସଂକେତଠାରୁ ତଳେ ରହିଥିବା ନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ସେ କହିଛନ୍ତି ଯେ,କେବଳ ଜଳକା, ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନଦୀଗୁଡ଼ିକର ଜଳସ୍ତର ଉପରେ ସରକାର ନିରନ୍ତର ନଜର ରଖିଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଯେକୌଣସି ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ଗ୍ରାଉଣ୍ଡରେ ବିଭାଗୀୟ କର୍ମଚାରୀମାନେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି । ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ଓ ବଣ୍ଟନ ସମ୍ପର୍କିତ କାର୍ଯ୍ୟରେ ସେମାନେ ନିୟୋଜିତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଜଳସ୍ତର ବୃଦ୍ଧି ହେଉଥିବା ଜଳକା, ଋଷିକୂଲ୍ୟା ଓ ବଂଶଧାରା ନଦୀ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଉଛି । ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

