ଜନସାଧାରଣ, ଦୋକାନୀ, ରାସ୍ତା ପାର୍ଶ୍ୱ ବ୍ୟବସାୟୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ପାଇଁ ଜରୁରୀ ସୂଚନା

Date:

Share post:

ରାୟଗଡା, (୨୭/୦୬) : ଆପ୍ର : ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସ୍ୱାସ୍ଥ୍ୟକର ରଖିବା ନିମନ୍ତେ ରାୟଗଡା ପୌରପରିଷଦ ପକ୍ଷରୁ ସମସ୍ତ ନାଗରିକ, ଦୋକାନ ମାଲିକ, ରାସ୍ତା ପାର୍ଶ୍ୱ ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ସବୁଜ ଡଷ୍ଟବିନ୍ରେ ଓଦା ବର୍ଜ୍ୟ ଏବଂ ନୀଳ ଡଷ୍ଟବିନ୍ରେ ଶୁଖିଲା ବର୍ଜ୍ୟ ପୃଥକ ଭାବେ ସଂରକ୍ଷଣ କରିବା ନିମନ୍ତେ ଅନୁରୋଧ କରାଯାଉଛି ।

ମିଶ୍ରିତ ବର୍ଜ୍ୟ ପୌରପରିଷଦର ସଫେଇ କର୍ମଚାରୀଙ୍କୁ ହସ୍ତାନ୍ତର କରିବେ ନାହିଁ । ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଲଜ୍, ଢାବା ଓ ଅନ୍ୟାନ୍ୟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ଯେଉଁମାନେ ଅଧିକ ପରିମାଣରେ ବର୍ଜ୍ୟ ସୃଷ୍ଟି କରୁଛନ୍ତି ସେମାନେ ନିଜ ପ୍ରତିଷ୍ଠାନରେ ବଲ୍କ ୱେଷ୍ଟ୍ ଜେନେରେଟର୍ କମ୍ପାର୍ଟମେଣ୍ଟ ସ୍ଥାପନ କରି ଓଦା ବର୍ଜ୍ୟର ସ୍ଥାନୀୟ ସ୍ତରରେ ପ୍ରକ୍ରିୟାକରଣ କରି ଜୈବ ଖତ ପ୍ରସ୍ତୁତ କରିବା ବାଧ୍ୟତାମୂଳକ । ଏହି ନିୟମ ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନ ବିରୋଧରେ ପୌର ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌରପରିଷଦର କାର୍ଯ୍ୟ ନିର୍ଵାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ମତବ୍ୟକ୍ତ କରିଛନ୍ତି ।

କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ରାସ୍ତା, ଛକ, ଡଷ୍ଟ ପଏଣ୍ଟ, ନାଳ କିମ୍ବା ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ପକାଇବେ ନାହିଁ । ଏପରି କାର୍ଯ୍ୟ ସହରର ସ୍ୱଚ୍ଛତାକୁ କ୍ଷତିଗ୍ରସ୍ତ କରିବା ସହିତ ଆଇନଗତ ଅପରାଧ ମଧ୍ୟ । ଯଦି କୌଣସି ବ୍ୟକ୍ତି, ଦୋକାନୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଉପରୋକ୍ତ ନିର୍ଦ୍ଦେଶ ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୋଧରେ ପୌରପରିଷଦ ପକ୍ଷରୁ ଜରିମାନା ଆଦାୟ ସହିତ ପ୍ରଚଳିତ ନିୟମ ଅନୁଯାୟୀ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରାଧ୍ୟକ୍ଷ ଶ୍ରୀ ମହେଶ କୁମାର ପଟ୍ଟନାୟକ ସନସ୍ତ୍ ଜଣସାଧାରଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...

ପୁଣି ଆମ ବସ ଦୁର୍ଘଟଣା, ରଙ୍ଗ୍‌ ରୁଟରେ ଆସି ବାପା-ଝିଅଙ୍କଙ୍କୁ ଦେଲା ଧକ୍କା

ଭୁବନେଶ୍ବର, (୨୮/୦୬) : ଆପ୍ର : ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ଅଘଟଣ । ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ...