ବରଗଡ଼, (୨୩/୧୦) : ଆପ୍ର : ନାବାଳକକୁ ହତ୍ୟା କଲା ନାବାଳକ । ବରଗଡ଼ ବିଜେପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କର୍ଣ୍ଣପା ଗାଁ’ର ଜଣେ ସାତ ବର୍ଷର ଶିଶୁକୁ ୧୪ ବର୍ଷରେ ଜଣେ ନାବାଳକ ହତ୍ୟା କରିଥିବା ଅଭିଯୋଗ ।
ଗତ ୨୧ ତାରିଖ ଦିନ ଖାଇବା ପରେ ଖେଳିବା ପାଇଁ ଯାଇ ଘରକୁ ଫେରି ନ ଥିଲା ଆଶିଷ ଭୂଏ । ବହୁ ଖୋଜାଖୋଜି ପରେ ଆଶିଷ ନମିଳିବାରୁ ବାପା ରାଜିନ୍ଦ୍ର ବିଜେପୁର ଥାନାରେପୁଅ ନିଖୋଜ ଥିବା ରିପୋର୍ଟ ଲେଖାଇଥିଲେ । ଗତକାଲି ରାତିରେ ଗାଁ ପୋଖରୀ ହିଡ କଡ଼ରୁ ଆଶିଷଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିଜେପୁର ଥାନାକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି। ଗାଁ’ର ଜଣେ ୧୪ ବର୍ଷିୟ ନାବାଳକ ଓ ତାର ବାପା ମାଆଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

