ରାୟଗଡ଼ା, (୨୨/୦୬) : ଆପ୍ର : ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ଦୋରାଙ୍କ ମାତା ସ୍ୱର୍ଗତା ମୋନରମା ଦୋରାଙ୍କର ଗତ ୭ ତାରିଖରେ ପରଲୋକ ଘଟିଥିଲା ।
ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ବିଧାୟକ କାଡ୍ରାକା ଆପାଲାସ୍ୱାମୀ, ବରିଷ୍ଠ ସାମ୍ବାଦିକ ଡଃ ବାଦାଲ କୁମାର ତା , କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମନୋରମା ଦୋରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ସେହିପରି ପରିବାର ପକ୍ଷରୁ ବଡ଼ପୁଅ ଜଗଦୀଶ ଚନ୍ଦ୍ର ଦୋରା, ସାନପୁଅ ରଶ୍ମିରଞ୍ଜନ ଦୋରା, ଝିଅ ସଂଯୁକ୍ତା ପାଢ଼ୀ, ଜ୍ୱାଇଁ ଅବସର ପ୍ରାପ୍ତ ବିଚାରପତି ବିରଞ୍ଚି ପ୍ରସାଦ ପାଢ଼ୀ, ଦୁଇ ବୋହୂ, ନାତି-ନାତୁଣୀ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ହୋଇ ସ୍ୱର୍ଗତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ସମସ୍ତ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁମାନେ ପ୍ରସାଦ ସେବନ କରି ସ୍ୱର୍ଗତା ମନୋରମା ଦୋରାଙ୍କ ଅମର ଆତ୍ମାର ଶାନ୍ତି କାମନା କରିଥିଲେ ।

