Homelocalନୂତନ ଆରଡିସି ବିଜୟ ଅମୃତ କୁଲାଙ୍ଗେ ତାରା ତାରିଣୀ ଙ୍କ ଦର୍ଶନ କଲେ

ନୂତନ ଆରଡିସି ବିଜୟ ଅମୃତ କୁଲାଙ୍ଗେ ତାରା ତାରିଣୀ ଙ୍କ ଦର୍ଶନ କଲେ

ପୁରୁଷୋତ୍ତମପୁର, (୨୯/୧୦) : ଆପ୍ର : ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସି ମାଆଙ୍କ ଆଶୀର୍ବାଦ ନେଲେ ନୂତନ ଭାବେଯୋଗ ଦେଇଥିବା ତଥା ପୂର୍ବର ଗଞ୍ଜାମ ଜିଲ୍ଲପାଳ ଥିବା ଏବଂ ଏବେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ହୋଇଥିବା ବିଜୟ ଅମୃତ କୁଲାଙ୍ଗେ, ଏହି ପୀଠକୁ ଆସି ଦୀର୍ଘ ୬ ବର୍ଷର ସମ୍ପର୍କକୁ ମନେ ପକାଇଛନ୍ତି ।WhatsApp Image 2026 10 28 at 19.09.16

ପୁଣି ଥରେ ଗଞ୍ଜାମ ମାଟି ସହସମ୍ପର୍କ ଯୋଡ଼ି ହେଲା ବୋଲି କହିଲେ । ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମରପିଡି ଭାବେ ୨୦୧୬ ରୁ ୧୮ ଦୁଇବର୍ଷ ରହିଥିଲେ । ତାପରେ ସେ ୨୦୧୮ରୁ ଗଞ୍ଜାମଜିଲ୍ଲା ର ଜିଲ୍ଲପାଳ ଭାବେ ଦାୟିତ୍ୱ ନେଇ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ କାର୍ଯ୍ୟ କରିଥିଲେ । ତାଙ୍କରି ସମୟରେ ମହାମାରୀ କରୋନା କୁଗଞ୍ଜାମ ଜିଲ୍ଲା ରେ ସଫଳ ଭାବେ ମୁକାବିଲା କରିବା ସହ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ୨୦୦୪ରୁ ଆରମ୍ଭ ହୋଇ ୨୦୧୦ ରେ ସମୁର୍ଣ୍ଣ ହୋଇଥିବା ତାରା ତାରିଣୀ ଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ହୋଈ ପାରି ନଥିବାରୁ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା ।

ତାହାକୁ ଦୃଷ୍ଟିରେ ରଖି ସେ ୨୦୨୨ ମସିହା ମେ ୧୫, ୧୬, ୧୭ତିନି ଦିନ ଧରି ମାଆଙ୍କ ପ୍ରତିଷ୍ଠା କାର୍ଯ୍ୟ କରିଥିଲା ବେଳେ ମାଆଙ୍କ ଜଳଯାତ୍ରା ପାଇଁ ଋଷିକୁଲ୍ୟା ନଦୀରୁ ଏକ ମାଠିଆ ପାଣି ମୁଣ୍ଡରେ ଧରି 999 ସିଡ଼ି ରେ ଚଢ଼ି ମାଆଙ୍କ ପାଖରେ ପହଞ୍ଚି ଥିଲେ । ସେଇ ସ୍ମୃତି ଗୁଡିକମନେ ପକାଇଥିଲେ । ଏହା ପରେ ମାଆଙ୍କ ପୀଠରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ତାଙ୍କର ଏହି ଗସ୍ତ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସହ ଜିଲ୍ଲାବାସୀଙ୍କ ମନରେ ବିକାଶର ନୂଆ ଆଶା ସଞ୍ଚାର କରିଛି ।WhatsApp Image 2026 10 28 at 19.09.16 1

ଦର୍ଶନ ପରେ ମନ୍ଦିର ଠାରେ ଚାଲିଥିବା ମନ୍ଦିର ପରିସରରେ ବିଭିନ୍ନ ଉର୍ନ୍ନୟନ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର ଉନ୍ନୟନ ଓ ଭବିଷ୍ୟତ ବିକାଶ ସମ୍ପର୍କରେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା ଓ ଛତ୍ରପୁର ଉପଜିଲ୍ଲାପାଳ ଡ଼ଃ ଶିବାଶିଷ ବରାଳ ଏବଂ ପୂର୍ତ୍ତ ବିଭାଗ ଏସଡ଼ିଓ ସୁରେଶ କୁମାର ମିଶ୍ର ଙ୍କ ସହ ଆଲୋଚନା କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ଡ. ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଓ ଦେବାଶିଷ ମହାପାତ୍ର, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ ପଣ୍ଡା ଓ ସେବାୟତ ବାପୁଜୀ ରଣାଙ୍କ ସମେତ ବହୁ ଅଧିକାରୀଓ ସେବାୟତ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments