Homebreaking newsଭିଜିଲାନ୍ସ ଜାଲରେ ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ପଦ୍ମପୁର, (୨୨/୦୯) : ଆପ୍ର : ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ ।

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ କଟାବାହାଲ ପଞ୍ଚାୟତର ପିଇଓ କାର୍ତ୍ତିକ ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମର ରେଡ୍ । ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ପାଇବା ପରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । କାର୍ତ୍ତିକ ବେହେରାଙ୍କ ପୈତୃକ ଘର କନ୍ଦାଗାଡ଼ ସମେତ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟରେ ଏକାସାଙ୍ଗରେ ଯାଞ୍ଚ ଚାଲିଛି । ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏହାସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଛି । ତେବେ ଚଢ଼ାଉ ଏବେ ମଧ୍ୟ ଜାରି ରହିଥିବାରୁ ମୋଟ କେତେ ପରିମାଣର ସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ପରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ । ଆୟ ଓ ସମ୍ପତ୍ତିର ହିସାବ ଯାଞ୍ଚ କରିବା ସହ ଭିଜିଲାନ୍ସ ଟିମ୍ ଘଟଣାର ଅଧିକ ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments