ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ

Date:

Share post:

ରାୟଗଡା, (୧୫/୦୬) : ଆପ୍ର : ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତତ୍ ସଙ୍ଗେ କାଗଜ କଳ ର କର୍ମଚାରୀ ମାନେ ମଧ୍ୟ ୧୫୦୦ ପାଖାପାଖି ବୃକ୍ଷ ରୋପଣ କରି ଥିଲେ। ତାଙ୍କ ବକ୍ତବ୍ୟ ମାଧ୍ୟମରେ ରେ “”ଜଳବାୟୁ କାର୍ଯ୍ୟାନୁଷ୍ଠାନ – ସୁସ୍ଥିର ଭବିଷ୍ୟତ ପାଇଁ ପ୍ରତ୍ୟେକ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ଗୁରୁତର ସମସ୍ୟା ହୋଇପଡ଼ିଛି ।

ବୃକ୍ଷରୋପଣ, ଶକ୍ତି ସଞ୍ଚୟ, ପ୍ଲାଷ୍ଟିକର ବ୍ୟବହାର କମାଇବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ମାଧ୍ୟମରେ ଆମେ ଏହାର ମୁକାବିଲା କରିପାରିବା । ଛୋଟ ଛୋଟ ସକାରାତ୍ମକ ପଦକ୍ଷେପ ମିଶି ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥିର ଭବିଷ୍ୟତ ଗଢ଼ିପାରିବ । ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କ ସକ୍ରିୟ ଅବଦାନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଶୋକ ଭୋଇ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ର ଆଞ୍ଚଳିକ ଅଧିକାରୀ ଓ ଶ୍ରୀ ପ୍ରଭୁଦେବ ବେହେରା, ସହକାରୀ ଯନ୍ତ୍ରୀ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ଓ କାଗଜ କଳ ର ଏମ୍ ଆର୍ କେ ରାୟ, ବରିଷ୍ଠ ମହା ପ୍ରବନ୍ଧକ (ମେକାନିକାଳ) ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଶ୍ରୀ ସତ୍ୟଜିତ ମହାନ୍ତି,ମହାପ୍ରବନ୍ଧକ (ପରିବେଶ , ସୁରକ୍ଷା ଓ ସ୍ୱାସ୍ଥ୍ୟ ) ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିବେଶ ନିୟନ୍ତ୍ରଣ ଓ ସୁରକ୍ଷା ବିଭାଗ ର ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

spot_img

Related articles

ଇବ୍‌ ନଦୀରେ ବୁଡ଼ି ଦୁଇ ମୃତ

ଝାରସୁଗୁଡ଼ା, (୧୫/୦୬) : ଆପ୍ର : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ଣରେ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ...

ଜମି ବିବାଦରୁ ବାପା, ସାବତ ମା’ଙ୍କୁ ବୀଭତ୍ସ ହତ୍ୟା

ବାଲିକୁଦା, (୧୫/୦୬) : ଆପ୍ର : ବାଲିକୁଦା ଥାନା ଅଳାଭର ପଞ୍ଚାୟତ ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ...

ଘରେ ପଶିଗଲା ବାଲି ବୋଝେଇ ଟିପ୍ପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନବରଙ୍ଗପୁର, (୧୫/୦୬) : ଆପ୍ର : ଘରେ ପଶିଗଲା ବାଲି ବୋଝେଇ ଟିପ୍ପର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଦୁର୍ଘଟଣାରେ ଘର ସମ୍ପୂର୍ଣ୍ଣ...

ତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ସୋର, (୧୫/୦୬) : ଆପ୍ର : ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲାବେଳେ...