HomeBlogତିକୁଡା ମଠ ଠାରେ ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ

ତିକୁଡା ମଠ ଠାରେ ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର , (୦୨/୦୬)ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ତିକୁଡା ମଠ ଠାରେ ବ୍ରାହ୍ମଣ ସମାଜ ର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଅଗ୍ନିପୂଜା ଓ ଯଂଜ୍ଞ ପରେ ସାମୁହିକ ଭାବରେ ବିଷ୍ଣୁ ସହସ୍ର ନାମ ଓ ଗୋପାଳ ସହସ୍ର ନାମ ପଠନ କରାଯାଇଥିଲା l ପରେ ରାଜୀବ ଲୋଚନ ପଣ୍ଡା ଙ୍କ ମଙ୍ଗଳା ଚରଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ ଆରମ୍ଭ ହୋଇଥିଲା l

ଗୋବିନ୍ଦ ମିଶ୍ର ଙ୍କ ଆବାହକତ୍ୱ ଏବଂ ଲକ୍ଷ୍ମଣ ପ୍ରସାଦ ପାଣ୍ଡିଆ ସଂଯୋଜନାରେ ଆୟୋଜିତ ସଭାରେ ପଶ୍ଚିମ ଓଡିଶା ବ୍ରାହ୍ମଣ ମହାସଭାର ଆଞ୍ଚଳିକ ସଭାପତି ଶୀଧେଶ୍ୱର ପାଣିଗ୍ରାହୀ ଯୋଗଦେଇ ସମ୍ବୋଧିତ କରିବା ସହତ ସମାଜକୁ ସୁଦୃଢ କରିବା ପାଇଁ ସମସ୍ତେ ଏକତ୍ରିତ ହେବା ନିହାତି ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବୈଶାୟନ ପଣ୍ଡା, ସତ୍ୟପ୍ରିୟ ପଣ୍ଡା, ଆଦିକନ୍ଦ ବାବୁ, ଭକ୍ତ ପଣ୍ଡା, ପ୍ରଦୀପ ପୁରହିତ, ଗିରୀଶ ମିଶ୍ର, ସନ୍ତୋଷ ପଣ୍ଡା, ନାରାୟଣ ପଣ୍ଡା ନିଜ ନିଜର ବକ୍ତ୍ୟବ୍ୟ ରଖିଥିଲେ l ଏହି ଅବସରରେ ନୂତନ କମିଟି ଗଠନ କରାଯାଇଥିଲା l

ଏଥିରେ ସଭାପତି ଭାବରେ ପ୍ରଶାନ୍ତ କୁମାର ଶତପଥୀ, କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ମିଶ୍ର, ଉପସଭାପତି ଧ୍ରୁବଚରଣ ପାଣିଗ୍ରାହୀ, ସମ୍ପାଦକ ଲକ୍ଷ୍ମଣ ପ୍ରସାଦ ପାଣ୍ଡିଆ,ସହ ସମ୍ପାଦକ ମହେଶ ରଞ୍ଜନ ପୁରୋହିତ, କୋଷାଧ୍ୟକ୍ଷ୍ୟ ନରେନ୍ଦ୍ର ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ୍ୟ ସଂଜୀବ ପୁରହିତ, ସଂଗଠନ ସମ୍ପାଦକ ହିମାଂଶୁ ପାଣିଗ୍ରାହୀ ଓ ଦିଲ୍ଲୀପ କୁମାର ଗୁରୁ ସଂଯୋଜକ ସମ୍ପାଦକ ଭାବରେ ରାମ ପ୍ରସାଦ ପଣ୍ଡା ଓ ପ୍ରଦ୍ୟୁମ୍ନ ପାଢ଼ୀ ସର୍ବସାମ୍ମତି କ୍ରମେ ମନୋନୀତ ହୋଇଥିଲେ ଏହାସହିତ ୧୫ ଜଣ ସଦସ୍ୟ ଉପଦେଷ୍ଟା କମିଟିରେ ରହିଛନ୍ତି l ପ୍ରେମରାଜ ପତି, ତ୍ରିଲୋକେଶ ନାଏକ, ଜନ୍ମେଜୟ ବିଶି, ରାଜେନ୍ଦ୍ର ନାରାୟଣ ହୋତା, ବାସୁଦେବ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଏହି ବ୍ରାହ୍ମଣ ମହାସଭାରେ ବ୍ଲକର କୋଣ ଅନୁ କୋଣରୁ ହଜାର ହଜାର ବ୍ରାହ୍ମଣ ଯୋଗଦେଇ ଥିଲେ l ଶେଷରେ ନରେନ୍ଦ୍ର ନାରାୟଣ ହୋତା ଧନ୍ୟବାଦ ଦେଇଥିଲେ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments