HomeBlogବିପୁଳ ବିସ୍ପୋରକ ସହ ୨ ଗାଡି ଜବତ : ୩ ଜଣ ଗିରଫ

ବିପୁଳ ବିସ୍ପୋରକ ସହ ୨ ଗାଡି ଜବତ : ୩ ଜଣ ଗିରଫ

ସୁବର୍ଣ୍ଣପୁର (୦୧/୦୬)ଆପ୍ର : ବେଆଇନ ଭାବେ ବ୍ଲାଷ୍ଟିଙ୍ଗ ଯୋଜନା କରୁଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ପକ୍ଷରୁ ବିପୁଳ ବିସ୍ପୋରକ ସହ ୨ ଗାଡି ଜବତ କରି ୩ ଜଣ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି I ତରଭା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଆଇ ଆଇ ସି ଡୋଲାମଣୀ ନାଏକ ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ କରୁଥିବା ବେଲେ ବ୍ରାହ୍ମଣୀ ଆର ଡି ରାସ୍ତା ରୁ ପଣ୍ଡିରାପିଟା ଦେଇ ତାଳପଦର ଗ୍ରାମ କୁ ଯାଇଥିବା ରାସ୍ତାର ଏକ ନିର୍ଦ୍ଦିଷ୍ଟ କ୍ରସର ନିକଟରେ ଥିବା ପାହାଡ଼ରେ କେତେକ ଲୋକ ପଥର ବ୍ଲାଷ୍ଟିଙ୍ଗ କରୁଥିବା ନେଇ କୌଣସି ସୂତ୍ରରୁ ପୁଲିସ ଖବର ପାଇଥିଲା I

ଅଭିଯୋଗ ପାଇବା ପରେ ପୁଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ପଥର ବ୍ଲାଷ୍ଟିଙ୍ଗ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା ଅବସ୍ଥାରେ ୩ ଜଣ ବ୍ୟକ୍ତିଙ୍କୁ ଗିରଫକରି ଥାନା କୁ ଆଣିଥିଲେ I ବିସ୍ପୋରକ ସାମଗ୍ରୀ ରହିଥିବା ପିକଅପ ଭେନ ଗାଡି ନମ୍ବର ଓଡି୧୫ ଏଲ ୩୧୫୨ (OD15L3152) ଏବଂ ଓଆର ୧୫ ଆର ୯୨୫୨ (OR15R9252) ଜବତ କରି ପ୍ରାରମ୍ଭିକ ତଦନ୍ତ କରିଥିଲେ I ତଦନ୍ତ ବେଳେ ଗାଡ଼ିରେ ଥିବା କୋଡେକ୍ସ, ଡେଟୋନିଟର ୧୫ ବଣ୍ଡଳ ଏବଂ୯ ଟି ସେଲ ରେ ରହିଥିବା ୨୫କେଜି ଓଜନର୨୨୫ ପେକେଟ ବାରୁଦ ମୋଟ୫୬୨୫ କେଜି ବାରୁଦ ତରଭା ପୁଲିସ ଜବତ କରିଥିଲା I ଏସମ୍ପର୍କ ରେ ତରଭା ପୁଲିସ ଏକ ମକଦ୍ଦମା ରୁଜୁ କରି ସମ୍ବଲପୁର ତାଳପାଳି ର ଧ୍ରୁବ ଚରଣ ସାହୁ (୫୬)ଲଙ୍ଗାବାହାଳ ଗ୍ରାମର ବିକାଶ ପଧାନ(୩୨)ଏବଂ ତାଲପାଲି ର ବିସ୍ପୋରକ ପରିଚାଳକ ସଚିନ୍ଦ୍ର ଭୋଇ(୨୪ )ଙ୍କୁ ଗିରଫ କରିଥିଲେ I ସମ୍ବଲପୁର ରେ ଥିବା ବୃହାନି ଏକ୍ସପ୍ଲୋସିଭ କମ୍ପାନୀ ନିର୍ଦ୍ଧେଶ ରେ ତରଭା ଥାନା ଅନ୍ତର୍ଗତ ତାଳପଦର ଗ୍ରାମର ହରେକୃଷ୍ଣ ଦାସ ଙ୍କ ନିର୍ଦ୍ଧେଶ ରେ ଆସି ବ୍ଲାଷ୍ଟିଙ୍ଗ କରୁଥିବା ଅଭିଯୁକ୍ତମାନେ ପୁଲିସକୁ ସୂଚନା ଦେଇଛନ୍ତି I

ତରଭା ଥାନା କେଶ ନ୧୯୨/୨୬ ରେ ମାମଲା ରୁଜୁ କରି ଭାରତୀୟ ନ୍ୟାୟ ଆଇନ ସଂହିତା ୨୮୮/୬୧(୨)୯ ବି(୧)(ଏ)ବି ,ବିଚାର ପାଇଁ ଆଜି କୋର୍ଟ ଚାଲାଣ କରିଥିବାର ଆଇ ଆଇ ସି ଡୋଳାମଣି ନାଏକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି I ଏସ ଆଇ ପ୍ରଶ୍ନଜିତ ବେହେରା ଏହି କେଶ ର ଅଧିକ ତଦନ୍ତ ଦାୟିତ୍ୱ ନେଇଥିବା ଆଇଆଇସି ଶ୍ରୀ ନାଏକ ସୂଚନା ଦେଇଛନ୍ତି I ତରଭା ତହସିଲ ଅଞ୍ଚଳ ରେ ୬ ରୁ ଅଧିକ କ୍ରସର ରହିଛି I ଅନୁମତି ନେଇ କିମ୍ବା ନିୟମ କାନୁନ ପାଳନ କରି ପଥର ବ୍ଲାଷ୍ଟିଙ୍ଗ ହେଉଛି ନା ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗି କରାଯାଉଛି ଜାଣିବା ନେଇ ମାଇନିଂ ଅଫିସର ଙ୍କୁ ଫୋନ କରି ଯୋଗାଯୋଗ କରାଯାଇ ଥିଲେ ମଧ୍ୟ୍ୟ ସମ୍ଭବ ହୋଇ ପାରି ନ ଥିଲା I ଆଗାମୀ ଦିନ ରେ ପୁଲିସ ପକ୍ଷରୁ ବ୍ୟାପକ ତଦନ୍ତ କରାଯାଉ ବୋଲି ମତ ପ୍ରକାଶ ପାଉଛି I

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments