ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ, ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ

Date:

Share post:

କେନ୍ଦୁଝର // ବାଂଶପାଳ, (୧୫/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି ।

ପୃଥକ ଦୁର୍ଘଟଣାରେ ୫ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ନିକଟ ରେ । ଗୋଟିଏ ଦିନରେ ଦୁଇଟି ଦୁର୍ଘଟଣା ରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ପହିଲି ରଜରେ ଏଭଳି ଏକ ଘଟଣା ଅଞ୍ଚଳରେ ଭୟ ସୃଷ୍ଟି କରିଛି । ଟ୍ରକ ଚାଳକ ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ପାଞ୍ଚ ଟି ମୂଲ୍ୟବାନ ଜୀବନ ଅକାରଣ ରେ ଚାଲିଯାଇଛି । ପ୍ରଥମ ଦୁର୍ଘଟଣା ରେ ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି ଙ୍କ ମୃତ୍ୟୁ ଘଟିଥିବା ବେଳେ ଦିତୀୟ ଦୁର୍ଘଟଣା ରେ ସୁରେଶ ପ୍ରଧାନ, ଶଙ୍କର ପ୍ରଧାନ ଓ ଦୋଳ ପ୍ରଧାନ ଙ୍କ ମୃତ୍ୟୁ ଘଟିଛି । ୪୯ ନମ୍ବର ଜାତୀୟ ରାଜପଥ ଏବେ ମୃତ୍ୟୁ ଯନ୍ତା ପାଲଟିଛି । ଲୋକେ ଜାତୀୟ ରାଜପଥ ରେ ଯାତାୟତ ପାଇଁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ।

ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି ଭଣ୍ଡାରର ପଟୁ ନିଜ ଘରକୁ ଫେରୁଥିବା ବେଳେ ଅଜଣା ଟ୍ରକ ଚାପି ଦେଇ ଚାଲି ଯାଇଥିଲା । ତାର ଦୁଇ ଘଣ୍ଟା ପରେ ପୁଣି ସେହି କୁଆଁର ଛକ ନିକଟରେ ଆଉ ଏକ ଟ୍ରାକ ରଙ୍ଗ ରୁଟ ଆସି ଅନ୍ୟ ତିନିଜଣଙ୍କୁ ଦଳି ଦେଇଛି । ସୁରେଶ, ଶଙ୍କର ଓ ଦୋଳ ନିଜ ଗାଁ ପଦାକସଡା ରୁ ତେନ୍ତୁଳିଖୁଣ୍ଟି କୁ ବାଇକ୍ ଯୋଗେ ଯାଉ ଥିବା ବେଳେ ସେମାନଙ୍କୁ ଟ୍ରକ ଟି ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ କାଞ୍ଜିପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...