Homelocalଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭାଗୀୟ ଅଧିକାରୀଙ୍କ...

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ ଏବଂ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ସୁନ୍ଦରଗଡ଼, (୨୧/୦୬) : ଆପ୍ର : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏବଂ ସଭ୍ୟଙ୍କ ସୁନ୍ଦରଗଡ଼ ଗସ୍ତ ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇ ଜିଲ୍ଲାକୁ ଶ୍ରମ ମୁକ୍ତ କରିବା ନେଇ ଆଲୋଚନା କରାଯାଇଥିଲା ।

ଏଥିରେ ଆୟୋଗରଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସଭ୍ୟ ଶ୍ରୀମତୀ କଳ୍ପନା ଲେଙ୍କା, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରିନତୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ଡ଼ା. ମହାପାତ୍ର ଶିଶୁ ଶ୍ରମ ଉଚ୍ଛେଦ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଆଲୋଚନା କରିଥିଲେ ଏବଂ ଅଧାରୁ ପାଠ ଛାଡୁଥିବା ଶିଶୁ ମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ଫେରାଇ ଆଣିବା ଉପରେ ଗୁରୁତ୍ଵାରୋପ କରିଥିଲେ ।

ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ସମସ୍ତ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏକ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ଏବଂ ରାଜ୍ୟ ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁ ଶ୍ରମ ଏକ ଗୁରୁତର ସମସ୍ୟା, ଏହାକୁ ମୂଳୋତ୍ପାଟନ କରିବାକୁ ସମସ୍ତେ ଆଗଭର ହେବା ଆବଶ୍ୟକ । ସେହିଭଳି ଶିଶୁ ଶ୍ରମିକର କାରଣ ବାହାର କରିବା ସହିତ ଶିଶୁ ମାନଙ୍କ ପୁନର୍ବାସ ଉପରେ ଆଲୋଚନା କରିଥିଲେ । ସେହିଭଳି ଶିଶୁ ଚାଲାଣ ଆଦିକୁ ରୋକିବା ନିମନ୍ତେ ଟାସ୍କଫୋର୍ସ ଗଠନ ସହିତ ବ୍ୟାପକ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଏହି ଅବସରରେ ଜ୍ୟୋତି ପ୍ରକାଶ ବ୍ରହ୍ମା ବିଶେଷଜ୍ଞ ଭାବେ ଯୋଗ ଦେଇ ଶିଶୁ ଶ୍ରମ ନିବାରଣ ଆଇନ ୧୯୮୬ ଉପରେ ଉପସ୍ଥାପନ କରିଥିଲେ ଏବଂ ଶିଶୁ ଓ କିଶୋର ଶ୍ରମର ଆଇନଗତ ପରିଭାଷା, ଶିଶୁ ଶ୍ରମିକ ଏବଂ ବିପଦଜନକ କାର୍ଯ୍ୟ ନିଷେଧ ଆଦି ଉପରେ ଆଲୋଚନା କରିଥିଲେ ଏବଂ ଏହି ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ଵାରୋପ କରିଥିଲେ । ପରେ ପରେ ଅଂଶ ଗ୍ରହଣକାରୀମାନେ ଶିଶୁ ଶ୍ରମ ଓ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ ।

ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଭିନ୍ନ ଥାନା ଅନ୍ତର୍ଗତ ପୋଲିସ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ସଭ୍ୟ, ସମସ୍ତ ସିଡିପିଓ ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments