ସମ୍ବଲପୁର, (୨୫/୦୮) : ଆପ୍ର : ଫୁଲୁଛି ମହାନଦୀ । ଖୋଲୁଛି ହାରୀକୁଦ ଜଳଭଣ୍ଡାରର ଅଧିକ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି ।
ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟୁ ୧୧ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲାଯାଇଛି । ୨ ଲକ୍ଷ ୮୮ ହଜାର ୯୭୮ କ୍ୟୁସେକ ଜଳ ଜଳ ମହାନଦୀକୁ ନିଷ୍କାସିତ ହେଉଛି । ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୫ ହଜାର ୮୪୦ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୮୭ ଫୁଟ ରହିଛି । ଛତିଶଗଡ ର ବିଭିନ୍ନ ଜ଼ିଲ୍ଲାରେ ହୋଇଥିବା ବର୍ଷା ଯୋଗୁଁ ହୀରାକୁଦ ଜଲସ୍ତର ବୃଦ୍ଧି ପାଇଛି। ସେହିପରି ଝାରସୁଗୁଡା, ସୁନ୍ଦରଗଡ଼ ବରଗଡ଼ ଓ ସମ୍ବଲପୁର ଜ଼ିଲ୍ଲା ରେ ହୋଇଥିବା ବର୍ଷା ପାଣି ମଧ୍ୟ ହୀରାକୁଦ କୁ ପ୍ରବେଶ କରୁଛି । ଯାହାଫଳରେ ହୀରାକୁଦର ଜଳସ୍ତର ବଢି ବଢି ଚାଲିଛି ।

