Homelocalକ୍ୟାମେରା ଟ୍ରାପ୍ ଖୋଲିଲା ରହସ୍ୟ: ମହାରାଷ୍ଟ୍ରରୁ ଦେବ୍ରିଗଡ଼, ବାଘର ‘ଛତିଶଗଡ଼’ କନେକ୍ସନ୍

କ୍ୟାମେରା ଟ୍ରାପ୍ ଖୋଲିଲା ରହସ୍ୟ: ମହାରାଷ୍ଟ୍ରରୁ ଦେବ୍ରିଗଡ଼, ବାଘର ‘ଛତିଶଗଡ଼’ କନେକ୍ସନ୍

ସମ୍ବଲପୁର, (୧୫/୧୧) : ଆପ୍ର : ମହାରାଷ୍ଟ୍ରରୁ ଦେବ୍ରିଗଡ଼ ଓ ବାଘର ‘ଛତିଶଗଡ଼’ କନେକ୍ସନ୍ । ଖୋଲିଲା ଦେବ୍ରିଗଡ଼ ବାଘର ପୁରୁଣା ଠିକଣା । ୬ ମାସ ଛତିଶଗଡ଼ରେ ଥିଲା ମହାବଳ ।

ତିନି ରାଜ୍ୟ ବୁଲି ଦେବ୍ରିଗଡ଼ରେ ପହଞ୍ଚିଛି ମହାବଳ ବାଘ ! ମହାରାଷ୍ଟ୍ରରୁ ବାହାରି ଛତିଶଗଡ଼ ଦେଇ ଦେବ୍ରିଗଡ଼ରେ ପହଁଚିଥିଲା ମହାବଳ ବାଘ । ମହାରାଷ୍ଟ୍ରରୁ ଆସି ଛତିଶଗଡ଼ରେ ବିତାଇଥିଲା ୬ ମାସ ।କ୍ୟାମେରା ଟ୍ରାପ୍ ଖୋଲିଲା ଦେବ୍ରିଗଡ଼ ବାଘର ଲମ୍ବା ଯାତ୍ରାର ରହସ୍ୟ । ଉଦନ୍ତୀ-ସୀତାନଦୀ ଅଭୟାରଣ୍ୟରେ ୬ ମାସ ରହିଥିଲା ମହାବଳ । ମହାରାଷ୍ଟ୍ରରୁ ଦେବ୍ରିଗଡ଼ ! ବାଘର ଯାତ୍ରାରେ ଛତିଶଗଡ଼ ଲିଙ୍କ୍ । ଦେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘର ପୂର୍ବ ଠିକଣା ନେଇ ମିଳିଲା ବଡ଼ ସୂଚନା । ଛତିଶଗଡ଼ର ଉଦନ୍ତୀ – ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ ରହିଥିଲା ଏହି ବାଘ ।

ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋର ଷ୍ଟ୍ରାଇପ୍ ପ୍ୟାଟର୍ଣ୍ଣ ବିଶ୍ଳେଷଣ ପରେ ଏହା ସ୍ପଷ୍ଟ ହୋଇଛି। ୨୦୨୫ ମସିହାରେ ଏହି ବାଘକୁ ଉଦନ୍ତୀ-ସୀତାନଦୀ ଅଭୟାରଣ୍ୟରେ ଠାବ କରାଯାଇଥିଲା । ଗତ ନଭେମ୍ବର ୯ ତାରିଖରେ ଏହି ବାଘ ଦେବ୍ରିଗଡ଼ ଅଭୟାରଣ୍ୟରେ ପ୍ରବେଶ କରିଥିଲା । ବନ ବିଭାଗର ଅନୁମାନ, ଏହି ବାଘଟି ମୂଳତଃ ମହାରାଷ୍ଟ୍ରରୁ ନିଜର ବିଚରଣ ଆରମ୍ଭ କରିଥାଇପାରେ । ତେବେ ମହାରାଷ୍ଟ୍ରରୁ ଛତିଶଗଡ଼ ଏବଂ ପରେ ଓଡ଼ିଶାକୁ ଆସିବାର ପ୍ରକୃତ ରାସ୍ତା ସମ୍ପର୍କରେ ଏଯାଏଁ କୌଣସି କ୍ୟାମେରା ଟ୍ରାପ୍ ପ୍ରମାଣ ମିଳିନାହିଁ । ସେପଟେ ବାଘର ବିସ୍ତୃତ ବିଚରଣ ଇତିହାସ ଜାଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନ୍ ଟିସିଏକୁ ଅଧିକ ତଥ୍ୟ ଯୋଗାଇଦେବାକୁ ଅନୁରୋଧ କରିଛି ଦେବ୍ରିଗଡ଼ ବନ ବିଭାଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments