Homeaccidentମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ, କାଲି ବାଲିଯାତ୍ରା ଡ୍ୟୁଟିରେ ଯିବାର ଥିଲା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ, କାଲି ବାଲିଯାତ୍ରା ଡ୍ୟୁଟିରେ ଯିବାର ଥିଲା

ଦେବଗଡ଼, (୨୨/୧୧) : ଆପ୍ର : ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ପୋଲିସ କର୍ମଚାରୀଙ୍କ ଜୀବନ । ମୃତକ ହେଉଛନ୍ତି ଦେବଗଡ଼ ଜିଲ୍ଲା ବଂପରଡ଼ାସ୍ଥିତ ଆଇଆରବି ବାଟାଲିୟନରେ କାର୍ଯ୍ୟରତ ହାବିଲଦାର ଯୁଧିଷ୍ଠିର ବେହେରା ।

ଏହି ଦୁଃଖଦ ଘଟଣାକୁ ନେଇ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଯୁଧିଷ୍ଠିର ନିଜ କର୍ମସ୍ଥଳୀ ବଂପରଡ଼ାରୁ ମୋଟରସାଇକେଲ ଯୋଗେ ନିଜ ଗାଁ ଚିରଗୁଣିକୁଦର ଅଭିମୁଖେ ଯାଉଥିଲେ । ଏହି ସମୟରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ନୂଆଡିହି ଗ୍ରାମ ନିକଟରେ ଏକ ମୋଡ଼ରେ ତାଙ୍କ ବାଇକ୍‌ ସହ ଏକ କାର୍‌ର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି ।

ବାଲିଯାତ୍ରା ଡ୍ୟୁଟିକୁ ଯିବା ପୂର୍ବରୁ ଅଘଟଣ

ସବୁଠାରୁ ଦୁଃଖଦ କଥା ହେଉଛି, ଆସନ୍ତାକାଲି ଯୁଧିଷ୍ଠିର ନିଜ ଫୋର୍ସ ସହ କଟକର ପ୍ରସିଦ୍ଧ ବାଲିଯାତ୍ରାରେ ଡ୍ୟୁଟି କରିବାକୁ ଯାଇଥାନ୍ତେ । ହେଲେ ଡ୍ୟୁଟିରେ ଯୋଗଦେବା ପୂର୍ବରୁ ଏଭଳି ଅକାଳ ମୃତ୍ୟୁ ତାଙ୍କ ପରିବାର, ସହକର୍ମୀ ଓ ପରିଚିତ ମହଲରେ ଗଭୀର ଶୋକ ସୃଷ୍ଟି କରିଛି । ଏହି ଘଟଣାରେ ଏକ ହସଖୁସିର ପରିବାରରେ ଦୁଃଖର କଳାବାଦଲ ଛାଇଯାଇଛି । ଦୁର୍ଘଟଣା ସମ୍ପର୍କରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments