ମରଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନ ପରେ ଗୌରାଙ୍ଗଙ୍କ ମୃତଦେହ ଠାବ

Date:

Share post:

ଆଳି, (୦୬/୦୬) : ଆପ୍ର : ମରଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନପରେ ଯୁବକ ଗୌରାଙ୍ଗଙ୍କ ମୃତଦେହକୁ ଆଜି ଠାବ କରିଛି ପୁଲିସ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇ ପାଟଣା ଗାଁ’ର ଯୁବକ ଗୌରାଙ୍ଗଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ପରେ ନିଖୋଜ ଥିଲେ ଗୈାରାଙ୍ଗ । ଗୌରାଙ୍ଗଙ୍କୁ ଠାବ କରିବା ପାଇଁ ପଡ଼ିଥିଲା ଚହଳ । ଜଣେ ଅଭିଯୁକ୍ତ ଗିରଫ ପରେ ଠାବ ହେଲା ମୃତଦେହ । ଆଳି ଥାନା ପେତପଡା ପଞ୍ଚାୟତର ନ’ମାଣିଆ ପାଟ ମଝି ବେଣାବୁଦାରୁ ମିଳିଲା ଖପୁରୀ, ହାଡ଼ ଓ ପୋଷାକ । ଘଟଣାସ୍ଥଳ ଲୋକାରଣ୍ୟ । ହାଡ଼ ଓ ଖପୁରିକୁ ଜଗିରହିଥିଲେ ପୁଲିସ ବାହିନୀ । ସାଇଣ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଅଭିଯୁକ୍ତଙ୍କୁ ପୋଲିସ ଖୋଜିବା ସହ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...