Homelocalରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା , ୨୫ ଜୁଲାଇ ସୁଦ୍ଧା ଏହି କାର୍ଯ୍ୟ କରି...

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା , ୨୫ ଜୁଲାଇ ସୁଦ୍ଧା ଏହି କାର୍ଯ୍ୟ କରି ନ ଥିଲେ ପଡିବେ ବାଦ୍

ଭୁବନେଶ୍ବର, (୦୮/୦୮) : ଆପ୍ର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ପୁଣି ଆସିଛି ଖୁସି ଖବର । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ ।

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ମହିଳା ଦିବସରେ ମିଳିଥିଲା ୪ର୍ଥ କିସ୍ତି ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୨୫ ଜୁଲାଇ ସୁଦ୍ଧା ଜିଲ୍ଲାସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇ ସରକାରଙ୍କ ନିକଟକୁ ପହଞ୍ଚିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ । ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ ।

ନୂତନ ଆବେଦନକାରୀ ମହିଳାମାନେ ଯଦି ଜୁଲାଇ ୨୫ତାରିଖ ସୁଦ୍ଧା ସେମାନଙ୍କର ଇ-କେୱାଇସି ଓ ବାୟୋମେଟ୍ରିକ୍ ଅପଡେଟ୍ ନକରନ୍ତି ତା’ହେଲେ ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା ‘ସୁଭ୍ରଦା’ର ପଞ୍ଚମ କିସ୍ତି ଟଙ୍କାରୁ ସେମାନଙ୍କୁ ବଞ୍ଚିତ ହେବାକୁ ପଡ଼ିବ। ଏପରିକି ପୂର୍ବରୁ ସୁଭଦ୍ରା ଟଙ୍କା ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଏକକାଳୀନ ୫ଟି ଯାକ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି ।

ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା । ଏହି ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ପୂର୍ବରୁ ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ଲେଖାଏଁ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପାଇ ସାରିଛନ୍ତି । ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟ ସରକାର । ଏହି ଯୋଜନା ବେଶ୍‌ ଲୋକାଭିମୁଖି ଅଟେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments