Homelocalଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ କୋରାପୁଟ ଜିଲ୍ଲା ଗସ୍ତ: କୋଟିଆ ବିକାଶ ଓ...

ଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ କୋରାପୁଟ ଜିଲ୍ଲା ଗସ୍ତ: କୋଟିଆ ବିକାଶ ଓ ବାତ୍ୟା ମୁକାବିଲା ସମୀକ୍ଷା

କୋରାପୁଟ, (୨୭/୧୦) : ଆପ୍ର : ଓଡିଶା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି ।

ଗସ୍ତ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାପାଳଙ୍କ ସହ କୋଟିଆ ଅଞ୍ଚଳର ବିକାଶ ଓ ସାମଗ୍ରିକ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ଏହାପରେ, ଜିଲ୍ଲାରେ ବାତ୍ୟାଜନିତ ସମ୍ଭାବ୍ୟ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସ୍ଥାପିତ ଜିଲ୍ଲା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ପରିଦର୍ଶନ କରିଥିଲେ । ସେଠାରେ ସେ ବାତ୍ୟା ମୁକାବିଲା ନିମନ୍ତେ କରାଯାଇଥିବା ପ୍ରସ୍ତୁତି, ଜରୁରୀକାଳୀନ ବ୍ୟବସ୍ଥା ଏବଂ ସୁରକ୍ଷା ପଦକ୍ଷେପଗୁଡ଼ିକର ବିସ୍ତୃତ ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments