ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

Date:

Share post:

ଗୁଣପୁର, (୧୯/୬) : ଆପ୍ର : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ଆଜି “କୃଷକ ସମ୍ବାଦ” କାର୍ଯ୍ୟକ୍ରମ ସ୍ଥାନୀୟ ପୌର ପରିଷଦ ଟାଉନ୍ ହଲ୍, ଗୁଣୁପୁର ଠାରେ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଝିଲି ଶବର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଅରବିନ୍ଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ସ୍ୱସ୍ତିକ ଜମାଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଗୁଣପୁର କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଦିବ୍ୟସ୍ୱରୂପ ପଣ୍ଡା ମହୋଦୟ ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଅତିଥିବୃନ୍ଦ ଓ କୃଷକମାନଙ୍କୁ ସ୍ୱାଗତ ଜଣାଇଥିଲେସ। ପରବର୍ତ୍ତୀ ସମୟରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବୈଷୟିକ ଅଧିବେଶନ ଆରମ୍ଭ ହୋଇଥିଲା । ବୈଷୟିକ ଅଧିବେଶନରେ ଡଃ ଅରବିନ୍ଦ ଦାଶ “ପ୍ରାକୃତିକ କୃଷି : ଭବିଷ୍ୟତ ପିଢ଼ି ପାଇଁ ସ୍ଥାୟୀ କୃଷି ବ୍ୟବସ୍ଥା” ବିଷୟ ଉପରେ ଆଲୋଚନା କରି ପ୍ରାକୃତିକ କୃଷିର ଗୁରୁତ୍ୱ, ଉପକାରିତା ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତି ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ ।

ପରେ ଗୁଣପୁରର ସହକାରୀ କୃଷି ଯନ୍ତ୍ରୀ ଶ୍ରୀ ଗୋବିନ୍ଦ କାଲୁଣ୍ଡିଆ “ପ୍ରଗତିଶୀଳ କୃଷି” ବିଷୟ ଉପରେ ଆଲୋଚନା କରି ଆଧୁନିକ କୃଷି ଯନ୍ତ୍ରପାତି, କୃଷି ଯାନ୍ତ୍ରୀକରଣ ଏବଂ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପସ୍ଥାପନ କରିଥିଲେ । “ସମୃଦ୍ଧ କୃଷକ, ସମୃଦ୍ଧ ଓଡ଼ିଶା” ଶୀର୍ଷକ ଉପରେ ଡଃ ରାଧେଶ୍ୟାମ ଦାଶ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ; ଶ୍ରୀ ବିଷ୍ଣୁ ଚରଣ ଶବର, ପ୍ରାଣୀ ଚିକିତ୍ସା ସହାୟକ ସର୍ଜନ; ଶ୍ରୀ ସତ୍ୟବ୍ରତ ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏବଂ ଶ୍ରୀମତୀ ଜାହ୍ନବୀ ଶବର, ବ୍ଲକ କୃଷି ଅଧିକାରୀଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁବିଧା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । ଶେଷରେ, ଶ୍ରୀ ବିଭୂପ୍ରସାଦ ବେହେରା, ସହକାରୀ କୃଷି ଅଧିକାରୀ, ଗୁଣପୁର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...