Homelocalଦାରୁଠେଙ୍ଗରେ ବିଶ୍ୱ ପ୍ରତିବେଶୀ ଦିବସ, ଏକତା ଓ ସହଯୋଗର ଆହ୍ୱାନ

ଦାରୁଠେଙ୍ଗରେ ବିଶ୍ୱ ପ୍ରତିବେଶୀ ଦିବସ, ଏକତା ଓ ସହଯୋଗର ଆହ୍ୱାନ

ଭୁବନେଶ୍ୱର, (୧୬/୧୦) : ଆପ୍ର : ଆଜି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପଞ୍ଚୟତସ୍ଥ ଶ୍ୟାମସୁନ୍ଦର ପୁର ଗାଁ’ରେ ଏକାଦଶ ବିଶ୍ୱ ପ୍ରତିବେଶୀ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ଏହି ଦିବସର ପ୍ରତିଷ୍ଠାତା ସୁପ୍ରିମ କୋର୍ଟର ଆଇନଜୀବୀ ତଥା ବିଶିଷ୍ଟ ମାନବାଧିକାର କର୍ମୀ ସ୍ୱର୍ଗତ ରାଧାକାନ୍ତ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସଭା ଆରମ୍ଭ ହୋଇଥିଲା । ପ୍ରତିବେଶୀ ମାନେ ହେଉଛନ୍ତି ଆମର ପ୍ରଥମ ପରିବାର । ଆଜିର ବ୍ୟସ୍ତ ଜୀବନରେ ଆମେ ମୋବାଇଲ ଫୋନରେ ହଜାର କିଲୋମିଟର ଦୂରରେ ଥିବା ବନ୍ଧୁ ସହ କଥା ହେଉଛେ, କିନ୍ତୁ ପାଖ ଘର ପ୍ରତିବେଶୀକୁ ଚିହ୍ନୁନାହୁଁ । ଏହି ଦୂରତାକୁ କମାଇବା ପାଇଁ ଏହି ଦିବସ ପାଳନ କରାଯାଏ । ଏହି ବର୍ଷର ବାର୍ତ୍ତା ରହିଛି – ଭଲ ପ୍ରତିବେଶୀ, ସୁନ୍ଦର ସମାଜ”।

ଆଜି ଗ୍ରାମବାସୀ ମାନଙ୍କ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା । ପୂର୍ବରୁ ଯେମିତି ପ୍ରତିବେଶୀ ମାନେ ଗୋଟେ ପରିବାର ପରି ରହୁଥିଲେ, ସୁଖ ଦୁଃଖ ବାଣ୍ଟୁଥିଲେ । ଏବେ ତାହା କମିଯାଇଛି ସେମାନେ ପୁଣି ସେ ସମ୍ପର୍କକୁ ଫେରାଇ ଆଣିବା ବୋଲି ପ୍ରତିଜ୍ଞା ବଦ୍ଧ ହୋଇଥିଲେ । “ଯଦି ପ୍ରତିବେଶୀ ଭଲ ଥିବ, ତେବେ ପୋଲିସର ଆବଶ୍ୟକତା ନାହିଁ । ଯଦି ପ୍ରତିବେଶୀ ଏକାଠି ରହିବେ, ତେବେ କୌଣସି ବାହାର ଶକ୍ତି ଆମକୁ ଭାଙ୍ଗି ପାରିବ ନାହିଁ ।” ତେଣୁ ସେମାନେ ଏକ ମନ ଏକ ପ୍ରାଣ ହୋଇ ରହିବେ ବୋଲି ମତ ପ୍ରକାଶ ପାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments