Homelocalଲଘୁଚାପ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର, ଉଠୁଛି ବଡ଼ ବଡ଼ ଢେଉ

ଲଘୁଚାପ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର, ଉଠୁଛି ବଡ଼ ବଡ଼ ଢେଉ

ପୁରୀ, (୨୧/୦୯) : ଆପ୍ର : ଲଘୁଚାପ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର । ବଡ଼ ବଡ଼ ଢେଉ ଉଠୁଛି । ସକାଳୁ ସକାଳୁ ସହରରେ ଲଗାଣ ବର୍ଷା ଲାଗି ରହିଛି ।

ବର୍ଷା ସହ ପବନ ମଧ୍ୟ ହେଉଛି । ସମୁଦ୍ର ଅଶାନ୍ତ ରହିବାରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ପ୍ରବଳ ବର୍ଷା, ଜଳବନ୍ଦୀ, ବଜ୍ରପାତ, ଭୂସ୍କଳନ ଏବଂ କୃଷି ଓ ଫସଲର କ୍ଷତି ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଓଡ଼ିଶା ସରକାରଙ୍କ SRC ପକ୍ଷରୁ ସୂଚନା ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments