ରାଜଧାନୀରେ ଚାଞ୍ଚଲ୍ୟ, ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀଙ୍କୁ ଅପହରଣ ଉଦ୍ୟମ

Date:

Share post:

ଭୁବନେଶ୍ବର, (୦୯/୦୬) : ଆପ୍ର : ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀଙ୍କୁ ଅପହରଣ ଉଦ୍ୟମ

କାଲି ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ଘଟଣା ସାମ୍ନାକୁ ଆସିଛି । ଭୟଭୀତ ଅବସ୍ଥାରେ ଯୁବତୀମାନେ ଦୌଡ଼ି ଦୌଡ଼ି ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ । ନିଜକୁ ବଞ୍ଚାଇବା ପାଇଁ ସେମାନେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗଳି ଓ ବସ ତଳେ ଲୁଚି ଯାଇଥିଲେ । ସେହି ସମୟରେ ସଂପୃକ୍ତ ଏନଜିଓର କିଛି ମହିଳା କର୍ମଚାରୀ ସେମାନଙ୍କ ପିଛା କରୁଥିବା ଦେଖାଯାଇଥିଲା ।

ଘଟଣାକୁ ଦେଖି ବସ୍ ଷ୍ଟାଣ୍ଡର ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଯୁବତୀମାନେ ତାଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିଆଯାଉଥିବା କହିଛନ୍ତି ଜଣାପଡ଼ିଛି । ପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଥିଲେ । ପୋଲିସ ଯୁବତୀମାନଙ୍କୁ ପଚରାଉଚରା କରିବା ପରେ ସର୍ଟ ଷ୍ଟେ ହୋମରେ ରଖିଥିବା ବେଳେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ, (୦୯/୦୬) : ଆପ୍ର : ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା...

ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ବଲାଙ୍ଗିର, (୦୯/୦୬) : ଆପ୍ର : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ଫିସରି ଅଫିସ ନିକଟରେ ଟ୍ରକ୍ ଧକ୍କାରେ ୨ଜଣ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ମୃତ...

ପାନୀୟ ଜଳ ସମସ୍ୟା ନେଇ ୨୦୦୦/- କୋଟି ଟଙ୍କା ହଡ଼ପ ଚକ୍ରାନ୍ତ ନେଇ ଭିଜିଲାନ୍ସ ତଦନ୍ତ ସହ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଦାବୀ

ବଲାଙ୍ଗୀର/ଟିଟିଲାଗଡ, (୦୯/୦୬) : ଆପ୍ର : ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ସରକାର ବଲାଙ୍ଗୀର ଜିଲ୍ଲା ର ତତତଲାଗଡ ରୂପେ...

ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର, (୦୯/୦୬) : ଆପ୍ର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ...