ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

Date:

Share post:

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି ।

ବନ୍ୟା ଓ ଲଗାଣ ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ୟା ଋତୁ ସମୟରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଉପରେ କଟକଣା ଲାଗିଥିବା ବେଳେ, ପୂର୍ବ ଅନୁମତି ବିନା କେହି ମଧ୍ୟ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବନ୍ୟା ପରିଚାଳନା, ନଦୀବନ୍ଧ ସୁରକ୍ଷା, ଜଳାଶୟ ଗେଟ୍ ପରିଚାଳନା ଏବଂ ଜରୁରୀକାଳୀନ ସେବାକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ବିଭାଗ ସ୍ପଷ୍ଟ କରିଛି ଯେ, ବନ୍ୟା, ନଦୀବନ୍ଧରେ ଘାଇ ସୃଷ୍ଟି, ଜଳାଶୟରୁ ଜଳ ନିଷ୍କାସନ କିମ୍ବା ଅନ୍ୟ କୌଣସି ଆପାତକାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନେ ସର୍ବଦା ପ୍ରସ୍ତୁତ ରହିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ, ରାଜସ୍ୱ ବିଭାଗ, ପଞ୍ଚାୟତିରାଜ ସଂସ୍ଥା ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ଜୁନ୍ ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ଓ ରାଜୀବ ଭବନରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ । ଏହି କଣ୍ଟ୍ରୋଲ ରୁମ୍‌ରେ ନିୟୋଜିତ କର୍ମଚାରୀଙ୍କୁ ଚବିଶ ଘଣ୍ଟା ସଜାଗ ରହିବାକୁ କୁହାଯାଇଛି । ବିଶେଷକରି ଗତ ତିନି ବର୍ଷ ଧରି ଯେଉଁ ସ୍ଥାନଗୁଡ଼ିକରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିଲା, ସେଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ଜଳାଶୟ ଗେଟ୍ ପରିଚାଳନାର ଏସଓପିକୁ କଡ଼ାକଡ଼ି ପାଳନ କରିବା ସହ ବନ୍ୟା ପରିଚାଳନାରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗ ଚେତାବନୀ ଦେଇଛି । ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାକୁ ଆଉ କିଛି ଦିନ ବାକି ଥିବା ବେଳେ, ଜଳସମ୍ପଦ ବିଭାଗର ଏହି ଆଗୁଆ ପ୍ରସ୍ତୁତି ଆସନ୍ତା ବନ୍ୟା ଋତୁକୁ ମୁକାବିଲା କରିବାରେ କେତେ ସଫଳ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜୋରଦାର: ୧୨ ଦିନରେ ୯୪% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ, ଜୁନ୍ ୨୮ ଶେଷ ତାରିଖ

ଭୁବନେଶ୍ୱର, (୧୧/୦୬) : ଆପ୍ର : ଓଡ଼ିଶାରେ ଏବେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) କାର୍ଯ୍ୟକ୍ରମ ଏକ...