ଅନ୍ଧ ବିଶ୍ଵାସର କରୁଣ ପରିଣତି, ଗୁଣିଗାରିଡି ସନ୍ଦେହରେ ଗଲା ଜୀବନ

Date:

Share post:

କୋରାପୁଟ // ବୈପାରୀଗୁଡା, (୦୪/୦୬) : ଆପ୍ର : ଅନ୍ଧ ବିଶ୍ଵାସ କରୁଣ ପରିଣତି । ଗୁଣି ଗାରେଡି ସନ୍ଦେହରେ ହତ୍ୟା

କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କୁନ୍ଦୁରା ବ୍ଳକ ଘୁମର ପଂଚାୟତର ଝଡିଗୁଡା ଗାଁ’ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସେହି ଗାଁର ନାରାୟଣ ମିନରବାଲିଆ । ସୂଚନା ମୁତାବକ ଝଡିଗୁଡାର କମଲଚନ କରଲିଆ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ଗତ କାଲି ରାତିରେ ଗୁଣିଆ ଭାବେ ଔଷଧ ଦେବା ପାଇଁ ନାରାୟଣ ମିନରବାଲିଆ କମଲଚନଙ୍କ ଘରକୁ ଯାଇଥିଲେ । ହେଲେ ରାତିରେ କମଲଚନଙ୍କ ହଠାତ୍ ମୃତ୍ୟୁ ହୋଇଥିଲା ।

କମଲଚନଙ୍କୁ ଗୁଣିଗାରେଡ଼ି କରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । ଘରକୁ ଆସିଥିବା ନାରାୟଣ ମିନରବାଲିଆଙ୍କ ଉପରେ ସନ୍ଦେହ ବଢିଯାଇଥିଲା । ଏହାପରେ ପ୍ରତିଶୋଧ ପରାୟଣ ହୋଇ କମଲଚନଙ୍କ ବଡ଼ ଭାଇ ହରିବନ୍ଧୁ କରଲିଆ ନାରାୟଣଙ୍କୁ ହତ୍ୟା କରିଛନ୍ତି । କାଠ ଫାଳିଆ ସାହାଯ୍ୟରେ ନାରାୟଣଙ୍କ ମୁହଁ ଏବଂ ମୁଣ୍ଡରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ପ୍ରଦାନ ପାଇଁ ଦାବୀ ହୋଇଛି । ଘଟଣା ସ୍ଥଳରେ ବୈପାରୀଗୁଡା ଥାନା ଅଧିକାରୀ ଏବଂ କୋରାପୁଟ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...