Homelocalଚିଲିକା ପାରି ହୋଇପାରୁନାହାନ୍ତି ଶିକ୍ଷକ, ସ୍କୁଲ ଖୋଲିବା ପରେ ବଢ଼ିଲା ସମସ୍ୟା

ଚିଲିକା ପାରି ହୋଇପାରୁନାହାନ୍ତି ଶିକ୍ଷକ, ସ୍କୁଲ ଖୋଲିବା ପରେ ବଢ଼ିଲା ସମସ୍ୟା

ବ୍ରହ୍ମଗିରି, (୨୯/୧୦) : ଆପ୍ର : ବାତ୍ୟା ଅର୍ଣ୍ଣବ ପାଈଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୭ ଓ ୨୮ ଦୁଇଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ କରାଯାଇଥିଲା ।

ଆଜି ଠାରୁ ସମସ୍ତ ସ୍କୁଲ ଖୋଲୁଥିବା ବେଳେ ଚିଲିକା ପାର ହୋଇ ଯିବା ପାଈଁ ଅପେକ୍ଷାରେ କରିଥିବା ଶିକ୍ଷକମାନେ ନିରାଶ । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଚିଲିକାରେ ଭଷାପୋଲ ଓ ଡ଼ଙ୍ଗା ଚଳାଚଳ ୪ ଦିନ ପାଈଁ ବନ୍ଦ ରହିଛି । ୨୬, ୨୭, ୨୮ ଓ ୨୯ ତାରିଖ ୪ ଦିନ ପାଇଁ ଚିଲିକାରେ ଡ଼ଙ୍ଗା ଓ ଭସାପୋଲ ଚଳାଚଳ ବନ୍ଦ ରହିଛି । ଆଜି ସ୍କୁଲ ଖୋଲୁ ଥିବାରୁ ଶିକ୍ଷକ ମାନେ ଚିଲିକା ପାରି ହୋଇ ସ୍କୁଲ ଯିବାରେ ହଇରାଣ ହେଉଛନ୍ତି । ଗୋଟିଏ ପାଖରେ ସ୍କୁଲ ଖୋଲିଲା ଅନ୍ୟ ପାର୍ଶ୍ୱରେ ଚିଲିକା ବନ୍ଦ ଶିକ୍ଷକ କରିବେ କଣ । ପିଲାଙ୍କୁ ପାଠ ପଢ଼ାଇବା କିଏ? ଛୋଟ ଛୋଟ ପିଲାଙ୍କ କଥା ବୁଝିବ କିଏ? ଅପର ପକ୍ଷରେ ଚିଲିକାରେ ପାଣି ବଢିବା ସହିତ ପବନ ମଧ୍ୟ ଲାଗି ରହିଛି । କିଛି ଅମାନିଆ ପ୍ରାଇଭେଟ ଡ଼ଙ୍ଗା ଚାଳକ ସରକାରୀ ନିର୍ଦ୍ଧେଶକୁ ଖୁଲମ ଖୁଲା ଉଲଘଂନ କରି ଯାତ୍ରୀ ମାନଙ୍କ ଠାରୁ ମୋଟ ଅଙ୍କର ଭଡା ନେଇ ଚିଲିକା ପାରି କରିବା ଦେଖା ଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments