Homelocalଜେଏସଏମ୍ କଲେଜରେ ଫ୍ରେସର୍ସ ଡେ’ ପାଳିତ

ଜେଏସଏମ୍ କଲେଜରେ ଫ୍ରେସର୍ସ ଡେ’ ପାଳିତ

ବଲାଙ୍ଗିର, (୨୦/୦୯) : ଆପ୍ର : ଜେଏସଏମ୍ କଲେଜ ଅଫ୍ ଆର୍ଟସ୍, ସାଇନ୍ସ ଆଣ୍ଡ କମର୍ସ, ବଲାଙ୍ଗିର ପରିସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଫ୍ରେସର୍ସ ଡେ’ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି ।WhatsApp Image 2026 09 20 at 18.40.17

ଏହି ଅବସରରେ କଲେଜର ଚେୟାରମ୍ୟାନ୍, ମୁଖ୍ୟ ପରାମର୍ଶଦାତା, ଡାଇରେକ୍ଟର, ପ୍ରିନ୍ସିପାଲ୍ ଓ ଭାଇସ୍ ପ୍ରିନ୍ସିପାଲ୍ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅତିଥିମାନେ ନିଜ ଅଭିଭାଷଣରେ ନବାଗତ ଛାତ୍ରଛାତ୍ରୀଙ୍କୁ ମନୋଯୋଗ ସହ ପାଠପଢ଼ିବା ସହିତ ଛାତ୍ରଜୀବନରେ ଶୃଙ୍ଖଳା, ନିୟମ ଓ ନୀତିକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏଥିସହ କଲେଜର ବିଭିନ୍ନ ସହ-ଶିକ୍ଷା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇ ନିଜର ପ୍ରତିଭା ବିକାଶ କରିବା ସହ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଆଯାଇଥିଲା ।

ଫ୍ରେସର୍ସ ଡେ’ ଅବସରରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ସୃଜନଶୀଳତାର ପରିଚୟ ଦେଇଥିଲେ ।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ‘Mr. JSM’ ଏବଂ ‘Miss JSM’ ଚୟନ କରାଯାଇଥିଲା। ‘Mr. JSM’ ପ୍ରତିଯୋଗିତାରେ ବିଭିନ୍ନ ବିଭାଗରୁ +୨ କଳା ବିଭାଗର ଛାତ୍ର ଆକାଶ ମଣ୍ଡଳି , +୨ ବିଜ୍ଞାନ ବିଭାଗର ଛାତ୍ର ସିଦ୍ଧେଶ୍ୱର ମହାରଣା, +୨ ବାଣିଜ୍ୟ ବିଭାଗର ଛାତ୍ର ପ୍ରିୟଶେଖର ସାହୁ ଏବଂ +୩ର ଛାତ୍ର ଆଦିତ୍ୟ ଶର୍ମା ‘Mr. JSM’ ଭାବେ ଚୟନ ହୋଇଥିଲେ ।

ସେହିପରି, ‘Miss JSM’ ପ୍ରତିଯୋଗିତାରେ +୨ କଳା ବିଭାଗର ଛାତ୍ରୀ ଝାନ୍ସୀ ମଲ୍ଲିକ, +୨ ବିଜ୍ଞାନ ବିଭାଗର ଛାତ୍ରୀ ଋତୁପର୍ଣ୍ଣା ବାଗର୍ତ୍ତୀ, +୨ ବାଣିଜ୍ୟ ବିଭାଗର ଛାତ୍ରୀ ପ୍ରିୟାଂଶୀ ମଲ୍ଲିକ ଏବଂ +୩ର ଛାତ୍ରୀ ଅନ୍ୱେଷା ପୁରୋହିତ ‘Miss JSM’ ଭାବେ ଚୟନ ହୋଇଥିଲେ । ଶେଷରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ ଫ୍ରେସର୍ସ ଡେ’ କାର୍ଯ୍ୟକ୍ରମଟି ସୁନ୍ଦର ଓ ସଫଳ ଭାବେ ସମ୍ପନ୍ନ ହୋଇଥିଲା । ଏହି ଅବସର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments