Homelocalସୁବର୍ଣ୍ଣପୁର ଜିଲ୍ଲାରେ ସାଧୁତାର ଶପଥ ପାଠ, ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ଶପଥ ନେଲେ ଅଧିକାରୀ...

ସୁବର୍ଣ୍ଣପୁର ଜିଲ୍ଲାରେ ସାଧୁତାର ଶପଥ ପାଠ, ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ଶପଥ ନେଲେ ଅଧିକାରୀ ଓ କର୍ମଚାରୀ

ସୁବର୍ଣ୍ଣପୁର, (୨୬/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା କାର୍ଯ୍ୟାଳୟ ସଭାଗୃହରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 26 at 22.52.00

ଚଳିତ ବର୍ଷର ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’। ଏହି ଅବସରରେ ଜିଲ୍ଲାପାଳ ଦେବାଶିଷ ସିଂ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ‘ନାଗରିକଙ୍କ ପାଇଁ ସାଧୁତାର ଶପଥ’ ପାଠ କରିଥିଲେ ।

ସରକାରୀ ସେବାରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ବ୍ୟବସ୍ଥା ଗଠନ କରିବା ଉଦ୍ଦେଶ୍ୟରେ ଏହି ଶପଥ ପାଠ କରାଯାଇଥିଲା । ପଠିତ ଶପଥରେ ଉଲ୍ଲେଖ କରାଯାଇଥିଲା ଯେ, ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ଏକ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସରକାର, ନାଗରିକ ଓ ଘରୋଇ କ୍ଷେତ୍ରକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ । ଅଧିକାରୀ ଓ କର୍ମଚାରୀମାନେ ସତର୍କତା ଓ ସତ୍ୟନିଷ୍ଠାର ସହ ଦୁର୍ନୀତି ବିରୋଧରେ ଲଢ଼ିବା ଏବଂ ଆଇନର ଶାସନକୁ ଅନୁପାଳନ କରିବାକୁ ଶପଥ ନେଇଥିଲେ। ସେମାନେ ଲାଞ୍ଚ ନ ଦେବା କିମ୍ବା ନ ନେବା, ନିଜର ସମସ୍ତ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା ଏବଂ ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥିଲେ । ଏଥିସହ ନିଜ ବ୍ୟକ୍ତିଗତ ଆଚରଣରେ ସାଧୁତା ବଜାୟ ରଖିବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଦୃଷ୍ଟିକୁ ଆସିଲେ ତାହା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ଶପଥ ନେଇଥିଲେ ।

ଏହା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଧ୍ୟ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଜିଲ୍ଲାର ଉଭୟ ଉପଖଣ୍ଡ ର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଅଧିକାରୀ ଓ କର୍ମଚାରୀମାନେ ସାଧୁତାର ଶପଥ ପାଠ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments