ସୁବର୍ଣ୍ଣପୁର, (୨୧/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗ୍ରାମ ର ପ୍ରମେୟ ର ସାମ୍ବାଦିକ ଅଶୋକ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଶ୍ରୀ ପଣ୍ଡା ଦୈନନ୍ଦିନ ଅଞ୍ଚଳର ଖବର ପ୍ରସାରଣ କରୁଛନ୍ତି ଏଭଳି ସ୍ଥିତିରେ ବିନିକା ବ୍ଲକ ମେଘେଲା ପଞ୍ଚାୟତ ଯଶପୁର ଗଣପତି ଯୁବକ ସଂଘ ଓ ଗ୍ରାମବାସୀ ଙ୍କ ମିଳିତ ଅନୁକୁଲ୍ୟରେ ଆୟୋଜିତ ସାମୁହିକ ନୂଆଁଖାଇ ଭେଟ କାର୍ଯ୍ୟକ୍ରମରେ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଗଣପତି ଯୁବକ ସଂଘ ର ବରିଷ୍ଟ ସଦସ୍ୟ ମନୋଜ ସେଠୀ ଓ ପାଣ୍ଡବ ପଧାନ ସାମ୍ୱାଦିକ ଶ୍ରୀପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

