ଭଦ୍ରକ, (୨୨/୦୯) : ଆପ୍ର : ଦୁଇ ତୀର୍ଥଯାତ୍ରୀ ବସ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ ଆହତ ଓ ୧୪ଜଣ ଗୁରୁତର ହୋଇଛନ୍ତି ।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଧାମରା ରେଲୱେ ଓଭରବ୍ରିଜ ନିକଟରେ ଦୁଇ ତୀର୍ଥ ଯାତ୍ରୀ ଵସ ମଧ୍ୟରେ ହୋଇଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ୨୫ ମିନିଟ୍ ସମୟରେ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଆଗରେ ଯାଉଥିବା ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍କୁ ପଛପଟୁ ଧକ୍କା ଦେଇଥିଲା । ରାତି ସମୟରେ ଘଟିଥିବା ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଠାତ୍ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ସମସ୍ତ ଆହତ ଓ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଗୋଟିଏ ବସ ସାମାନ୍ୟ ଭାଙ୍ଗି ଥିବା ଵେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ । ଅନ୍ୟ ବସର ଯାତ୍ରୀ ୧୦ ଆହତ ଓ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଦୁର୍ଘଟଣାର ପ୍ରକୃତ କାରଣ କଣ, ତାହା ନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି ।

