Homecrimeବେଆଇନ ବାଣ ଗୋଦାମରେ ରେଡ୍‌ , ପ୍ରଚୁର ବାଣ ଓ ବାରୁଦ ଜବତ

ବେଆଇନ ବାଣ ଗୋଦାମରେ ରେଡ୍‌ , ପ୍ରଚୁର ବାଣ ଓ ବାରୁଦ ଜବତ

ଜଗତସିଂହପୁର, (୧୨/୧୦) : ଆପ୍ର : ବେଆଇନ ବାଣ ଗୋଦାମରେ ଅଚାନକ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ ।

ଜଗତସିଂହପୁର ସିଙ୍ଗିପୁରଠାରେ ଏକ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଆଗକୁ ଆସୁଥିବା ପାର୍ବଣ ଓ ଦୀପାବଳି ଋତୁକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ଥାନୀୟ ପୋଲିସ ଗୁପ୍ତ ସୂଚନା ଆଧାରରେ ସିଙ୍ଗିପୁର ଅଞ୍ଚଳରେ ଥିବା ଏହି ବେଆଇନ ଗୋଦାମ ଉପରେ ହଠାତ୍ ଚଢ଼ାଉ କରିଥିଲା ।

ବିନା ବୈଧ ଲାଇସେନ୍ସ କିମ୍ବା ଅନୁମତିରେ ଗଚ୍ଛିତ ରଖାଯାଇଥିବା ହଜାର ହଜାର ଟଙ୍କାର ବିପଦଜନକ ଓ ବେଆଇନ ବାଣ ପୋଲିସ ଦ୍ୱାରା ସିଜ୍ କରାଯାଇଛି । ଅଘଟଣକୁ ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୋଲିସ ପକ୍ଷରୁ ଏଭଳି ବେଆଇନ ବାଣ କାରବାର ବିରୋଧରେ ଅଭିଯାନ ଜାରି ରହିଛି। ଘଟଣାସ୍ଥଳରେ ଜଗତସିଂହପୁର ଏସ୍‌ପି ପହଞ୍ଚି କରୁଛନ୍ତି ଅନୁଧ୍ୟାନ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments