Homebreaking newsବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ

ବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ

ଭୁବନେଶ୍ବର, (୦୨/୧୦) : ଆପ୍ର : ବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ । ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ ।

ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ମାଗିଲେ କମିଶନ । ଭୁବନେଶ୍ବର ନୟାପଲ୍ଲୀ ବେହେରା ସାହିରେ ଗନ୍ ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଏବେ କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଅଭିଯୁକ୍ତର ପରିଚୟ ଖୋଜିବା ସହ ସେ କେଉଁଠୁ ଆସିଥିଲା, ଘଟଣା ପରେ କେଉଁ ରାସ୍ତାରେ ଯାଇଥିଲା ଏବଂ କେଉଁଠି ଲୁଚିଛି ଏସବୁର ଉତ୍ତର ଖୋଜୁଛି ପୋଲିସ। ଏପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ BNS ଧାରା ୧୮୩ରେ କୋର୍ଟରେ ବୟାନ ରେକର୍ଡ କରିଛି ପୋଲିସ । କିଭଳି ତାଙ୍କୁ ଘରେ ଏକାକିର ସୁଯୋଗ ଦେଖି ଅଭିଯୁକ୍ତ ତାଙ୍କ ସହ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିଲା । ଏପରିକି ହାତ ଗୋଡ ବାଧି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ ।

ପ୍ରଥମେ ତଦନ୍ତକାରୀ ଅଧକାରୀ BNS ୧୮୦ରେ ମଧ୍ୟ ବୟାନ ରେକର୍ଡ ହୋଇଥିଲା। ପୋଲିସ ମାସ୍କ ପିନ୍ଧା ଦୁର୍ବୁତ୍ତକୁ ଖୋଜୁଛି ପୋଲିସ୍ । ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ପ୍ରୟାସ ଚଳାଇଛି ପୋଲିସ । ଏନେଇ ଚାରୋଟି ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments