କାମାକ୍ଷାନଗର, (୦୨/୧୦) : ଆପ୍ର : ଗାଁ ମୁହାଁ ହାତୀପଲ । ଢେଙ୍କାନାଳ କାମାକ୍ଷାନଗର ବାଲିଗୋରଡ଼ ଗାଁ ତଳ ରଗଡା ଅଞ୍ଚଳରେ ହାତୀପଲ ଦେଖି ଲୋକେ ଛାନିଆ ।
ଗାଁ ନିକଟରେ ହାତୀପଲ ଚଳପ୍ରଚଳ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କେତେବେଳେ ଗାଁ’କୁ ପଶି ଆସି ଘରଦ୍ୱାର ଭାଙ୍ଗିବା ସହ ଚାଷ ନଷ୍ଟ କରିଦେବେ ସେନେଇ ଚିନ୍ତାରେ ଗାଁଲୋକ । ବିଶେଷ କରି ଧାନ ଫସଲକୁ ନେଇ ଚାଷୀମାନେ ଚିନ୍ତିତ । ହାତୀପଲର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ସଚେତନ କରାଯାଉଛି । ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ କରୁଛି ।

