ନୂଆପଡ଼ା, (୧୫/୧୧) : ଆପ୍ର : ସୁସ୍ଥ ହୋଇ ଫେରୁଥିଲେ ବାଟରେ ଛକିଥିଲା ମୃତ୍ୟୁ! । ଟ୍ରକ ପଛପଟେ ପିଟିହେଲା ଆମ୍ବୁଲାନ୍ସ । ଦୁଇ ମହିଳାଙ୍କ ମୃତ୍ୟୁ । ୩ ଗୁରୁତର ।
ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ବାଗବାହାରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁତୁର୍ଲା ଗାଁର ବାସନ୍ତୀ ପ୍ରଧାନ ଓ ଆଗଲପୁର ଥାନା ଉଚ୍ଚବାହାଲ ଗାଁ’ର ଉତ୍ତରା ଦୋରା । ଛତିଶଗଡ଼ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ । ରାସ୍ତାରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ବାଗବାହାରା ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି । ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁତୁର୍ଲା ଗାଁର ବାସନ୍ତୀ ପ୍ରଧାନ ଓ ଆଗଲପୁର ଥାନା ଉଚ୍ଚବାହାଲ ଗାଁର ଉତ୍ତରା ଦୋରା ବୋଲି ଜଣା ପଡିଛି । ଏମାନେ ଛତିଶଗଡ଼ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଳେ ଟ୍ରକ୍ ପଛ ପଟେ ଆମ୍ବୁଲାନ୍ସ ପିଟି ହୋଇ ଦୁର୍ଘଟଣା ହୋଇଥିଲା । ଯାଫଳାରେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ବାଗବାହରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ ମୃତ ଦୁଇଜଣଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସହ ଘଟଣାର ତଦନ୍ତ ଜାରି ରଖିଛି ।

