Homecrimeପ୍ରେମିକଙ୍କ ଘର ଲୋକଙ୍କ ଆକ୍ରମଣରେ ପ୍ରେମିକା ଗୁରୁତର ଅଭିଯୋଗ, ପ୍ରେମିକ ଥାନାରେ ଅଟକ

ପ୍ରେମିକଙ୍କ ଘର ଲୋକଙ୍କ ଆକ୍ରମଣରେ ପ୍ରେମିକା ଗୁରୁତର ଅଭିଯୋଗ, ପ୍ରେମିକ ଥାନାରେ ଅଟକ

ଯାଜପୁର, (୦୫/୧୦) : ଆପ୍ର : ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଘରକୁ ଡାକିଲେ, ପୂରା ପରିବାର ମିଶି ପିଟିଲେ । ଖାଲି ସେତିକି ନୁହେଁ, ଟଙ୍କା ସୁନା ବି ନେଇଗଲେ ।

ଯାଜପୁର ଧର୍ମଶାଳା ଅଞ୍ଚଳରେ ଏମିତି ଅଭିଯୋଗ ଆସିଛି । ପ୍ରେମିକା ବାହା ହେବାକୁ କହି ଡାକିବାରୁ ଯୁବତୀ ଜଣକ ପ୍ରେମ ବିବାହ କରିବାକୁ ଘରୁ ଲୁଚି ପଳାଇ ଆସିଲେ । କିନ୍ତୁ ପ୍ରେମିକର ଘରେ ପହଞ୍ଚିବା ପରେ ବିବାହ ନୁହେଁ, ପିଟା ଖାଇଲେ । ପ୍ରେମିକଙ୍କ ଘର ଲୋକଙ୍କ ଆକ୍ରମଣରେ ପ୍ରେମିକା ଗୁରୁତର । ସାଙ୍ଗରେ ଆଣିଥିବା ଟଙ୍କା ଓ ସୁନା ଗହଣାକୁ ବି ଲୁଟିନେଲେ ପ୍ରେମିକର ପରିବାର ଲୋକ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନା ମୁତାବକ, ଧର୍ମଶାଳା ଥାନା ଜାରକା ପଞ୍ଚାୟତ ଦୁବଗାଡିଆ ଗାଁ’ର ଯୁବତୀଙ୍କ ସହ ମିର୍ଜାପୁର ଗ୍ରାମର ସମୀର ସାହୁଙ୍କ ଦୀର୍ଘ ୬ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଗତକାଲି ସନ୍ଧ୍ୟାରେ ସମୀର ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ନିଜ ଘରକୁ ଡାକି ନେଇଥିଲେ । ମାତ୍ର ସେଠାରେ ପହଂଚିବା ପରେ ସମୀରଙ୍କ ପରିବାରବର୍ଗ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିସହ ତାଙ୍କର ଟଙ୍କା ସୁନା ଗହଣା ଛଡାଇ ନେଇଥିଲେ ।

ଯୁବତୀଙ୍କ ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସମୀର ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଆଣି ରାତିରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡି ଚାଲିଯାଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଧର୍ମଶାଳା ପୋଲିସ ଡାକ୍ତରଖାନାରେ ପହଂଚି ପରିବାର ଲୋକଙ୍କୁ ଖବର ଦେବା ସହ ଯୁବତୀଙ୍କ ପ୍ରାଥମିକ ବୟାନ ରେକର୍ଡ କରିଛି । ଏଥିସହ ପ୍ରେମିକ ସମୀରକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments