ଗୁଣୁପୁର, (୨/୧୦) : ଆପ୍ର : ଖାଦ୍ୟ, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ନୂଆ ଚିନ୍ତାଧାରା ଏବଂ ନବସୃଜନ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଆଜି ଦୁଇଦିନିଆ ଫୁଡ୍ ଫର୍ ଲାଇଫ ହ୍ୟାକଥନ ୨.୦ ଉଦ୍ଘାଟିତ ହୋଇଯାଇଛି ।
ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ବାୟୋ ଟେକ୍ନୋଲଜି ବିଭାଗ ଏବଂ ବାଇ ରା କ -ଇ – ୟୁବ ସେଣ୍ଟର୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍କୁଲ ଅଫ ଏଗ୍ରିକଲଚର,ସ୍କୁଲ ଅଫ ସାଇନ୍ସ,ସ୍କୁଲ ଅଫ ନର୍ସିଂ ଏବଂ ସ୍କୁଲ ଅଫ ଫାର୍ମାସୀ ପ୍ରମୁଖ ବିଭାଗର ସହଯୋଗରେ ଏହି ହ୍ୟାକାଥନ୍ ଆୟୋଜନ କରାଯାଇଛି । ଖାଦ୍ୟ ଓ ପୋଷଣକୁ ନେଇ ନୂତନ ଉଦ୍ଭାବନ, ସ୍ୱାସ୍ଥ୍ୟକର ଖାଦ୍ୟ ବ୍ୟବସ୍ଥା, ଫୁଡ୍ ଟେକ୍ନୋଲୋଜି ଏବଂ ଭବିଷ୍ୟତମୁଖୀ ସମାଧାନ ବିକଶିତ କରିବା ଏହି ହ୍ୟାକାଥନ୍ର ପ୍ରମୁଖ ଉଦ୍ଦେଶ୍ୟ । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଡ୍ ଭାଇଜ୍ ଫାର୍ମା ଲିମିଟେଡ଼ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏମ୍. ରାମବାବୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ସ୍ବତନ୍ତ୍ର ଅତିଥି ଭାବେ ବବି ଆଜମିରା ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନେ ନିଜ ମତକୁ ସ୍ପଷ୍ଟ ଭାବେ ପ୍ରକାଶ କରିବା ସହ ଅଧିକ ଆତ୍ମବିଶ୍ୱାସୀ ଓ ବାହ୍ୟମୁଖୀ ହେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବିଶାଖାପାଟନମ୍ ସ୍ଥିତ ଏ ଭି ପି ଏସାଇନେନ୍ତିଆ ଫାର୍ମା ର ନରସିଂହ ମୂର୍ତ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ହେରିଟେଜ ଗ୍ରୁପ୍ ର ମାନବ ସମ୍ପଦ ବିଭାଗର ମୁଖ୍ୟ ଏସ୍. ସାମଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବା ସହ ନିଜ କ୍ଷମତା ଓ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ ରଖିବାକୁ ଆହ୍ୱାନ ଦେଇଥିଲେ ।
ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନେ ନୂଆ ଚିନ୍ତାଧାରା ଓ କାର୍ଯ୍ୟ ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସେ ଆହ୍ୱାନ ଦେଇଥିଲେ । ଉପ କୁଳପତି ଡଃ ଗୌତମ ଘୋଷ ମଞ୍ଚାସିନ ରହିଥିଲେ । କାର୍ଯ୍ୟକ୍ରମର ଆବାହକ ଡ଼ଃ. ବି. ରବି ପ୍ରସାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସ୍କୁଲ ଅଫ ଏଗ୍ରିକଲଚର ର ଆସୋସିଏଟ୍ସ ପ୍ରଫେସର ଡ଼ଃ ରିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖାଦ୍ୟ କ୍ଷେତ୍ରରେ ନବସୃଜନ ଓ ଉଦ୍ଭାବନର ଭାବନାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିଶ୍ବବିଦ୍ୟାଳୟ ର ଉପ ସଭାପତି ଡ଼ଃ. ଚନ୍ଦ୍ରଦ୍ୱଜ ପଣ୍ଡା ଓ ଉପ କୁଳପତି ପ୍ରଫେସର ଗୌତମ ଘୋଷ ଫୁଡ୍ ଇନୋଭେସନ ସୋସାଇଟୀ ଏବଂ ଷ୍ଟୁଡେଣ୍ଟ ଫୁଡ୍ କ୍ଲବର ଶୁଭାରମ୍ଭ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ରେଜିଷ୍ଟ୍ରାର ଡ଼ଃ ଏନ୍ ଭି ଜଗନ୍ନାଥ ରାଓ, କମ୍ପ୍ୟୁଟେସନାଲ୍ ସାଇନ୍ସେସ୍ର ପ୍ରୋ-ଭାଇସ୍ ଚାନ୍ସେଲର ଡ଼ଃ. ବି. କେ. ତ୍ରିପାଠୀ ପ୍ରୋଭାଇସ୍- ଚାନ୍ସେଲର୍ (ମ୍ୟାଟେରିଆଲ୍ ସାଇନ୍ସେସ୍) ଡ଼ଃ ଏ ଭି ଏନ୍ ଏଲ୍ ଶର୍ମା,ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

