ଭୁବନେଶ୍ୱର, (୨୧/୧୧) : ଆପ୍ର : ବାତ୍ୟା ଅକଭାନ ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଯାଇଥିଲା ।
ଏହି ପରୀକ୍ଷା ପାଇଁ ଆଜି SSB ପକ୍ଷରୁ ନୂଆ ତାରିଖ ପ୍ରକାଶ ପାଇଛି । ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷା ଡିସେମ୍ବର ୩ ଓ ୪ ତାରିଖରେ ହେବ । ଏଥିସହ SSB ପକ୍ଷରୁ ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବ । ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟା ପରଠାରୁ SSB ୱେବସାଇଟକୁ ଯାଇ ନିଜର ଆଡ଼ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ । ଏନେଇ SSB ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

