Homebreaking newsଯୁବକକୁ ମାରି ବୁଦାରେ ଫିଙ୍ଗିଦେଇ ଦୁର୍ବୁର୍ତ୍ତ ଫେରାର

ଯୁବକକୁ ମାରି ବୁଦାରେ ଫିଙ୍ଗିଦେଇ ଦୁର୍ବୁର୍ତ୍ତ ଫେରାର

ସୁବର୍ଣ୍ଣପୁର, (୧୧/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଗାଁ ନିକଟରେ ହତ୍ୟାକଲେ ଓ ଅଇଲାସାରି ଗାଁ ନିକଟରେ ମୃତ ଦେହକୁ ବୁଦାରେ ଫିଙ୍ଗିଦେଲେ ।

ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଏହି ଜିଲ୍ଲା ର ଡୁଙ୍ଗୁରିପାଲି ଥାନା ଅଇଲାସାରି ଗାଁ ନିକଟରେ । ଡୁଙ୍ଗୁରିପାଲି ଥାନା ସମଲେଇଚୁଆଁ ଗାଁ’ର ବବୁନ ପାଣ୍ଡେ (୩୬) ନାମକ ଯୁବକର ରକ୍ତ ଜୁଡୁବୁଡୁ ମୃତଦେହ ବୁଦାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଡୁଙ୍ଗୁରିପାଲି ପୁଲିସକୁ ଖବର ଦେଇଥିଲେ । ଖବର ପାଇଁ ଘଟଣା ସ୍ଥଳକୁ ପୁଲିସ,ବଲାଙ୍ଗୀର ସାଇଣ୍ଟିଫିକ ଟିମ ଏବଂ ସୋନପୁର ଡଗ ସ୍କ୍ୱାର୍ଡ ପହଞ୍ଚି ଛାନଭିନ ଜାରୀ ରଖିଛି । ହେଲେ ଯୁବକର ଗୋଡ଼, ବେକ, ମୁଣ୍ଡ ଆଦି ବିଭିନ୍ନ ସ୍ଥାନରେ ଛୁରା ଓ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଛି । କିନ୍ତୁ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଡୁଙ୍ଗୁରିପାଲି ଥାନା ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments