Homebreaking newsବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ କରି ଦୁର୍ବୁତ୍ତ ଫେରାର : ପୁଲିସ ଓ ସାଇଣ୍ଟିଫିକ୍...

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ କରି ଦୁର୍ବୁତ୍ତ ଫେରାର : ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି

ସୁବର୍ଣ୍ଣପୁର, (୨୦/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତିରେଖା ନନ୍ଦଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରି ସମୟରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଛି ।WhatsApp Image 2026 06 20 at 16.18.11

ଦୁର୍ବୁତ୍ତ ମାନେ ପ୍ରଥମେ ଆସି ଗେଟ୍ କୁ ବାଡ଼େଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଗୁଳିମାଡ଼ରେ ଘରେ ଥିବା କୌଣସି ଲୋକଙ୍କ ଦେହରେ ବାଜି ନ ଥିବା ବେଳେ କେବଳ ଘର ଭିତରେ ଓ ବାହାରେ ରଖା ହୋଇଥିବା ଦୁଇଟି କାରର କିଛି ସ୍ଥାନରେ ଗୁଲି ବାଜିଥିବା ଦେଖାଦେଇଛି । ତେଵେ ସିଂଘିଯୁବା ଗାଁ’ର ରାସ୍ତା କଡରେ ଥିବା ଘରର ସମ୍ମୁଖରେ ଗେଟ୍ ସଟର ଓ ଗାଡିରେ ଗୁଳିମାଡ଼ ହୋଇଛି । ଗୋଟିଏ କି ଦୁଇଟି ନୁହେଁ ପଚିଶ ଟି ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତ ମାନେ ଫେରାର ମାରିଥିବା ଜଣାପଡିଛି । ତାହା ସିସିଟିଭିରେ ଚିତ୍ର ମଧ୍ୟ କଏଦ ହୋଇଛି । ହେଲେ ବର୍ତମାନର ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତିରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ବର୍ତ୍ତମାନ ବିଜେଡି ର ଯୁବ ଜିଲ୍ଲା ସଭାପତି ଅଛନ୍ତି । ଶ୍ରୀ ନନ୍ଦ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ଥିଲେ ।

କିଏ ସେହି ବ୍ୟକ୍ତି କେଉଁ କେଉଁ ଉଦ୍ଦେଶ୍ୟରେ ଏତେ ଥର ଗତକାଲି ବିଳମ୍ବିତ ରାତ୍ରି ସମୟରେ ଗୁଳି କରିଛି ତାହା ଜଣାପଡିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ଘରେ ଲାଗିଥିବା ସିସିଟିଭି ସହିତ ଆଖପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅପରପକ୍ଷରେ ନନ୍ଦଙ୍କ କାହାରି ସହିତ ପୂର୍ବ ଶତ୍ରୁତା ନାହିଁ କି ରାଜନୈତିକ ଶତ୍ରୁତା ନ ଥିବା ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।WhatsApp Image 2026 06 20 at 16.18.10

ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି ରାଜ୍ୟ ବିଜେଡ଼ି ସମ୍ପାଦକ ନାରାୟଣ ଲୁହା l ତେବେ ଜିଲ୍ଲା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆଖ ପାଖର ସିସିଟିଭି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ଜିଲ୍ଲା ପୁଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ଜନ ସାଧାରଣ ଦାବୀ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments